ମୁମ୍ବାଇ: ‘ବିଗ ବସ୍ ୧୪’ରେ ଭାଗନେଇଥିବା ରାକ୍ଷୀ ସାୱନ୍ତ ନିଜର ଏକ ଭିନ୍ନ ଓ ବୋଲ୍ଡ ଷ୍ଟାଇଲ ପାଇଁ ପରିଚିତ । ହେଲେ କରୋନା ପରିସ୍ଥିତି ଦେଖି ଅଭିନେତ୍ରୀ ଜଣକ ଏବେ ଚିନ୍ତାରେ ଏବଂ ଖୁବ ବିରକ୍ତ ମଧ୍ୟ । ସମସ୍ତେ ଜାଣିଛନ୍ତି ଯେ, ବର୍ତମାନ ସମୟରେ କ୍ରିକେଟ ମହାକୁମ୍ଭ ବା ଆଇପିଏଲ ଆୟୋଜନ କରାଯାଏ । ଯଦିଓ ୨୦୨୧ରେ ବି କରୋନା କାୟା ବିସ୍ତାର କରିଛି, ମାତ୍ର ଆଇପିଏଲ ଜାରି ରହିଛି । ମୁମ୍ବାଇର ୱଙ୍ଖଡେ ଷ୍ଟାଡିୟମରେ ମ୍ୟାଚ ଚାଲୁଛି । ତେବେ ଏହି କଥାକୁ ନେଇ ରାକ୍ଷୀ ଖୁବ କ୍ଷୁବ୍ଧ ଅଛନ୍ତି । ମୁମ୍ବାଇରେ ଚାଲୁଥିବା ଆଇପିଏଲକୁ ସେ ଫଲୋ କରନ୍ତି କି ନାହିଁ ପ୍ରଶ୍ନରେ ସେ କହିଥିଲେ, ବାଃ, ମୁମ୍ବାଇରେ ଲୋକେ ମରୁଛନ୍ତି । ଆମ ଜୀବନ ଖରାପ ଆଡକୁ ଗଲାଣି । ହେଲେ ଏଠାରେ ଖେଳାଳୀ ଆଇପିଏଲ ଖେଳୁଛନ୍ତି । ମୁମ୍ବାଇରେ ଲୋକେ ନାହାନ୍ତି । ଲକଡାଉନ ଥିବାରୁ ଲୋକେ ଛୁଟି କାଟିବାକୁ ବାହାରକୁ ପଳେଇଛନ୍ତି । କେବଳ ମୁଁ ହିଁ ଏକା ମୁମ୍ବାଇରେ ଅଛି । ଆପଣଙ୍କୁ କେହି ବି ମିଳିବେନି । କାରଣ ସମସ୍ତେ ଉପଭୋଗ କରିବାକୁ ପଳେଇଛନ୍ତି । ମାଳଦୀପ ଯାଉଛନ୍ତି . ସେଠାର ପାଣିରେ ସବୁ କରୋନାକୁ ଧୋଉଛନ୍ତି । ଏହି ଭିଡିଓ ରାକ୍ଷୀଙ୍କର ଭାଇରାଲ ହୋଇଥିଲା ।