29.1 C
Bhubaneswar
Friday, April 26, 2024
Homeଓଡିଶାଇନଷ୍ଟାରେ ବର୍ଷାଙ୍କ ପ୍ରଶଂସକଙ୍କ ସଂଖ୍ୟା ୬ଲକ୍ଷ

ଇନଷ୍ଟାରେ ବର୍ଷାଙ୍କ ପ୍ରଶଂସକଙ୍କ ସଂଖ୍ୟା ୬ଲକ୍ଷ

ଭୁବନେଶ୍ୱର : ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ବେଶ୍ ଚଳଚଞ୍ଚଳ ଓଲିଉଡ କୁଇନ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବିଶେଷକରି ଇନଷ୍ଟାଗ୍ରାମରେ ବର୍ଷାଙ୍କ ପ୍ରଶଂସକଙ୍କ ସଂଖ୍ୟା ୬ଲକ୍ଷ ଛୁଇଁଛି ।

ସେଥିପାଇଁ ବର୍ଷା ଖୁସିରେ କେକ୍ କାଟି ଏ ଖୁସିକୁ ସେହି ଇନଷ୍ଟାରେ ଏକ ଭିଡିଓ କରି ସମସ୍ତଙ୍କ ସହ ଭାବ ବାଣ୍ଟିଛନ୍ତି ।

ବର୍ଷା କହିଛନ୍ତି, ‘ମୋ ଇନଷ୍ଟା ଫ୍ୟାମିଲିରେ ଯେଉଁମାନେ ମୋତେ ଏତେ ଭଲପାଇବା, ସମର୍ଥନ ଓ ଆଶୀର୍ବାଦ ଦେଇଛନ୍ତି ସମସ୍ତଙ୍କୁ ମୋ ହୃଦୟରୁ ପ୍ରଣାମ ଜଣାଉଛି ।

ଆପଣମାନେ ମୋ ପରିବାର । ଯେଉଁମାନେ ମୋ ଭଲରେ ଛିଡ଼ା ହୋଇଛନ୍ତି ଏବଂ ଅସମୟରେ ସାହସ ଦେଇଛନ୍ତି ।

ଆଗାମୀ ଦିନରେ ଆହୁରି ଭଲ କାମ କରିବି । ଯାହା ଆଶା ରଖିଛନ୍ତି, ଚେଷ୍ଟା କରିବି ତାହା ପୂରଣ କରିବି ଏବଂ ଆପଣମାନଙ୍କ ହୃଦୟରେ ସ୍ଥାନଟିଏ ପାଇବା ଲାଗି ଚେଷ୍ଟା କରିବି’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking