24.4 C
Bhubaneswar
Thursday, May 14, 2026
Homeଓଡିଶାରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି

ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୯ ରାଜ୍ୟରେ ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ । ଓଡିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ । ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲି ପଡିଛି ଆସନ । ଆଜିଠୁ ଅଗଷ୍ଟ ୨୧ଯାଏଁ ନାମାଙ୍କନ ଦାଖଲ । ଅଗଷ୍ଟ ୨୧ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଅଗଷ୍ଟ ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଅଗଷ୍ଟ ୨୭ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୩ ତାରିଖ ସକାଳ ୯ଟା ଅପରାହ୍ଣ ୪ଟା ମଧ୍ୟରେ ରାଜ୍ୟସଭା ଉପନିର୍ବାଚନ ଲାଗି ଭୋଟ ପଡ଼ିବ। ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଓଡ଼ିଶା ସହ ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତ୍ରିପୁରା, ବିହାର, ହରିୟାଣା, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ଖାଲିପଡ଼ିଥିବା ୧୨ଟି ରାଜ୍ୟସଭା ଆସନ ଲାଗି ଉପନିର୍ବାଚନ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking