37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଏଲଏସି ସ୍ଥିତି ନେଇ ରାଜନାଥଙ୍କ ବିବୃତି

ଏଲଏସି ସ୍ଥିତି ନେଇ ରାଜନାଥଙ୍କ ବିବୃତି

ନୂଆଦିଲ୍ଲୀ : ଲଦାଖ ସ୍ଥିତି ନେଇ ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତି ।ଭାରତ – ଚୀନ ମଧ୍ୟରେ ସୀମା ବିବାଦର ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ । ଭାରତୀୟ ସୀମାରେଖାକୁ ଚୀନ ଏଯାବତ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ଏବେ ପର୍ଯ୍ୟନ୍ତ ସୀମା ନିଦ୍ଦିଷ୍ଟ ଭାବେ ନିର୍ଦ୍ଧାରିତ ହୋଇନଥିବା ଚୀନ କହୁଛି । ଚୀନ ଭାରତର ୩୮ ହଜାର କିମି କବ୍ଚା କରି ରଖିଛି ବୋଲି ରାଜନାଥ ସିଂ କହିଛନ୍ତି । ୯୦ ହଜାର ବର୍ଗ କିମି ତାର ନିଜର ବୋଲି ଚୀନ କହି ଆସୁଛି ।ଏଲଏସିରେ ଶାନ୍ତି ଓ ସ୍ଥିରତା ରଖିବା ପାଇଁ ଉଦ୍ଭୟ ଦେଶ ଚୁକ୍ତି କରିଛନ୍ତି । ଏଲଏସିରେ ଅସ୍ଥିରତା ସ୍ୱିପାକ୍ଷିକ ସଂପର୍କ ଉପରେ କୁ ପ୍ରଭାବ ପକାଇବ । ଏପ୍ରିଲ ମାସଠାରୁ ସୀମାରେ ଚୀନ ସେନା ଓ ଅସ୍ତ୍ରଶସ୍ତ୍ର ବଢାଇ ଚାଲିଛି । ଏଲଏସିରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚୀନ ବାରମ୍ବାର ଚେଷ୍ଟା କରିଛି ।
ଆମ ସେନାର ସମୟୋଚିତ ପଦକ୍ଷେପ ଯୋଗୁଁ ଚୀନକୁ ଜବାବ ଦିଆଯାଇଛି । ଜୁନ୍ ୧୫ରେ ଚୀନକୁ ଆମ ବାହାଦୁର ଜବାନ ଉଚିତ ଜବାବ ଦେଇଛନ୍ତି ।ଏଲଏସିରେ ଅସ୍ଥିତରତାକୁ ଆମେ କୌଣସି ମତେ ବରଦାସ୍ତ କରିବୁ ନାହିଁ । ଚୀନର କଥା ଓ କାମରେ ଯଥେଷ୍ଟ ଫରକୁ ରହୁଛି । ଅସ୍ଥିରତା ସୃଷ୍ଟି ପାଇଁ ଚୀନ ଭାରତକୁ ଉସୁକାଇ ଆସୁଛି ।ଚୀନର ବଦମାସୀ ପାଇଁ ଏଲଏସିରେ ଅନେକ ଥର ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ଚୀନ ସୀମାରେ ସେନା ଓ ଅସ୍ତ୍ରଶସ୍ତ୍ର ଠୁଳ କରି ଚାଲିଛି ।ଦେଶକୁ ସୁରକ୍ଷା ଦେବାକୁ ଆମେ ମଧ୍ୟ ସୀମାରେ ଅଧିକ ସେନା ମୁତୟନ କରିଛୁ । ସେନାର ଗମନାଗମନ ସୁବିଧା ପାଇଁ ଆମେ ଉତ୍ତମ ରାସ୍ତାଘାଟ କରିଛୁ ।ଦେଶ ପାଇଁ ଯେତେ ବଡ଼ ଓ କଡ଼ା ପଦକ୍ଷେପ ନେବାକୁ ଆମେ ପଛେଇବୁନି । ଦେଶରେ ଅଖଣ୍ଡତା ରକ୍ଷା କରିବାକୁ ଆମେ ସଂପୂର୍ଣ୍ଣ ପ୍ରତିଜ୍ଞାବଦ୍ଧ । ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଉଛୁ, ଆମେ ଦେଶର ମସ୍ତକ ନଇଁବାକୁ ଦେବୁନି । ଆମ ଯବାନ କିଛି ବି ପରିସ୍ଥିତିର ସାମ୍ନା କରିବାକୁ ପୁରା ପ୍ରସ୍ତୁତ ରହିଛନ୍ତି ।ଯବାନଙ୍କ ସହ ଦେଶର ୧୩୦ କୋଟି ଜନତା ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking