33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଘର ଭିତରେ ମହିଳାଙ୍କୁ ବାନ୍ଧି ଲୁଟ

ଘର ଭିତରେ ମହିଳାଙ୍କୁ ବାନ୍ଧି ଲୁଟ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଘଟିଛି ଏଭଳି ଅଭାବନୀୟ ଘଟଣା । 12 ନମ୍ବର ୱାର୍ଡ ସ୍ଥିତ ଉଦଳା ମହିଳା ମହାବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ର ଡେମନଷ୍ଟାଟର ସପନ କୁମାର ମହାନ୍ତି ସନ୍ଧ୍ୟା ସମୟରେ ଘରେ ନ ଥିବା ସମୟରେ, 5 ଜଣ ସଶସ୍ତ୍ର ଯୁବକ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ମହାନ୍ତି ଏବଂ ଉଦିତାଂଶୁ ଙ୍କୁ ଘରର ଗୋଟେ ରୁମ ରେ ପୁରାଇ ବନ୍ଧୁକ ଏବଂ ଭୁଜାଲି ଦେଖାଇ ଗୀତାଞ୍ଜଳି ଙ୍କୁ ଏକ ଗାମୁଛାରେ ବାନ୍ଧି ଦେଇ ପାଖାପାଖି 15/20ମିନିଟ ପର୍ଯ୍ୟନ୍ତ ଲୁଟପାତ କରି ଥିଲେ। ଗୀତାଞ୍ଜଳି ଙ୍କ ବେକରୁ ଥିବା ଏକ ସୁନା ଚେନ, ନଗଦ 8000 ଟଙ୍କା ନେବା ସହ ଗୋଟିଏ ମୋବାଇଲ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।
ଉଦଳା ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣା ର ତଦନ୍ତ କରୁଛି । କ୍ରମଶଃ ଉଦଳା ଅଂଚଳ ରେ ଛୀନତାଇ, ଗାଡି ଲୁଟ, ବେଙ୍କ ATM ଲୁଟ ପରେ ପୁଣି ଆଜି ସନ୍ଧ୍ୟା ସମୟରେ ଉଦଳା 12 ନମ୍ବର ୱାର୍ଡ ରେ ଏପରି ଘଟଣା ଘଟିବା ବୁଦ୍ଧିଜୀବୀ ମହଲ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଦୀର୍ଘ ଦିନ ହେବ ଉଦଳା ଥାନାର IIC ପୋଷ୍ଟ ଖାଲି ଥିବା ବେଳେ ତାକୁ ପୂରଣ ପାଇଁ ଜନସାଧାରଣ ରେ ଆଲୋଚନା ଜୋର ଧରିଛି । ଘଟଣା ର ତଦନ୍ତ ପରେ ସଠିକ ତଥ୍ୟ ସାମ୍ନାକୁ ଆସିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking