29.1 C
Bhubaneswar
Saturday, May 31, 2025
Homeଅପରାଧ୧୬ ବର୍ଷର ଝିଅ ସହ ବାପା ମାଆ କଲେ ଏମିତି କାମ, ଜାଣିଲେ ଲୋମ ମୂଳ...

୧୬ ବର୍ଷର ଝିଅ ସହ ବାପା ମାଆ କଲେ ଏମିତି କାମ, ଜାଣିଲେ ଲୋମ ମୂଳ ଟାଙ୍କୁରି ଉଠିବ

ନୂଆଦିଲ୍ଲୀ: ରାଜସ୍ଥାନର ପାଲ୍ଲି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମା ନିଜ ଝିଅକୁ ତଣ୍ଟି ଚିପି ମାରିବା ସହ ନିଆଁ ଲଗାଇ ଜାଳି ଦେବା ପରେ ପୋତି ଦେବା ଭଳି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏହି ଘଟଣାରେ ଉକ୍ତ ମହିଳାଙ୍କ ଭାଇଭ୍ରୁ ଅନର କିଲିଂ ମାମଲାରେ ସେ ପୋଲିସର ସନ୍ଦେହ ଦୃଷ୍ଟିରେ ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପୋତା ହୋଇଥିବା ପୋଡା ଶବକୁ ପୋଲିସ ଖୋଳି ବାହାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ପରେ ମା ସୀତା ଦେବୀ ଏବଂ ଭାଇ ସଓାରାମକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ତେବେ ଏହି ଘଟଣାଟି ମାର୍ଚ୍ଚ ୧୯ ତାରିଖରେ ଥିଲା । ହେଲେ ଏହାକୁ ଚପାଇ ରଖାଯାଇଥିଲା ବୋଲି ଏସପି ରାହୁଲ କୋଟକୀ ସୂଚନା ଦେଇଛନ୍ତି । ତେବେ ଏହା ଜଣାପଡିବା ପରେ ଏକ ମାମଲା ରୁଜୁ କରାଯାଇ ସୀତା ଦେବୀ ଏବଂ ସଓାରାମଙ୍କୁ ପୋଲିସ ଗିରଫ କରିଛି । ପୋଲିସ ଆହୁରି ମଧ୍ୟ କହିଛି ଯେ, ପାଲ୍ଲି ଜିଲ୍ଲାର ସୋନାଇ ଗାଁରେ ରହୁଥିବା ଶେଷରାମ ଏବଂ ସଓାରାମ ଦୁଇ ଭାଇ ବହୁଦିନ ପୂର୍ବରୁ ପୁନେକୁ ସିଫ୍ଟ ହୋଇଥିଲେ । ଏବଂ ସେଠାରେ ଏକ ଗ୍ରସରୀ ଦୋକାନ ମଧ୍ୟ କରିଥିଲେ । ତେବେ ମୃତକ ଜଣକ ଶେଷରାମ ର ଝିଅ ରିଙ୍କୁ ଥିଲେ । ଏବଂ ପୁନେର ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସଂପର୍କ ରହିଥିଲା ଓ ସେ ଉକ୍ତ ଯୁବକ ସହ ଲୁଚି ପଳାଇଥିଲେ । ଏନେଇ ରିଙ୍କୁର ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଜାଦର ରେଳ ଷ୍ଟେସନ ନିକଟରେ ପୋଲିସ ଏ ଦୁହିଁଙ୍କୁ ଧରିଥିଲା । ଉକ୍ତ ଯୁବକଙ୍କୁ ଗିରଫ କରିଥିବା ବେଳେ ଯେହେତୁ ଝିଅଟି ନାବାଳିକା , ସେଥିପାଇଁ ପୋଲିସ ତାକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲା । ପରେ କିଛି ମାସ ପରେ ଉକ୍ତ ଯୁବକ ଜଣଙ୍କ ଜାମିନରେ ଜେଲରୁ ମୁକୁଳି ଘରକୁ ଆସିଥିଲେ । ଏହାପରେ ରିଙ୍କୁ ସେହି ଯୁବକଙ୍କୁ ବିବାହ କରିବେ ବୋଲି ଜିଦି କରିଥିଲେ । ମାତ୍ର ତାଙ୍କ ପରିବାରରେ ଏହାକୁ ମନା କରିଥିଲେ । ମାର୍ଚ୍ଚ ୧୮ରେ ସେ ରାଜସ୍ଥାନ ଫେରି ଆସିଥିଲେ । ମାର୍ଚ୍ଚ ୧୯ରେ ଝିଅର ପରିବାର ଲୋକେ ତାକୁ ମାରିବା ପରେ ପୁଣି ପୁନେ ଫେରି ଯାଇଥିଲେ ବୋଲି ପୋଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking