33.1 C
Bhubaneswar
Thursday, April 25, 2024
Homeଓଡିଶାଗରିବ, ଖଟିଖିଆଙ୍କୁ ମିଳୁନି ରାସନ୍ ସାମଗ୍ରୀ

ଗରିବ, ଖଟିଖିଆଙ୍କୁ ମିଳୁନି ରାସନ୍ ସାମଗ୍ରୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଗରିବ ଓ ଖଟିଖିଆଙ୍କୁ ମିଳୁନି ରାସନ୍ ସାମଗ୍ରୀ । ସମସ୍ତ ରୋଜଗାର ପନ୍ଥା ବନ୍ଦ ହୋଇଯାଇଥିବାରୁ ଗରିବ, ଖଟିଖିଆମାନେ ଭୋକ ଉପାସରେ ରହୁଛନ୍ତି । ସେମାନଙ୍କୁ ସାହାଯ୍ୟ ନିମନ୍ତେ ସରକାର ଯଥା ସାଧ୍ୟ ଚେଷ୍ଟା ଚଳାଇ ଅଣରାସନ କାର୍ଡଧାରୀଙ୍କୁ ଚାଉଳ ଓ କିରୋସିନ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ବାସ୍ତବରେ ଗରିବ, ଖଟିଖିଆଙ୍କ ନିକଟରେ ଏହା ପହଞ୍ôଚ ପାରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି । ମୋଟାମୋଟି ଭାବରେ ରାସନ୍ ସାମଗ୍ରୀ ମିଳୁନ ଥିଲା ବୋଲି କହିଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମୈଦଲପୁର ପଞ୍ଚାୟତର ଆମ୍ବଡ଼ାପଦର ଗ୍ରାମରେ ।
ସୂଚନା ଅନୁଯାୟୀ, ଗ୍ରାମର ମୁଗରୀ ସାନ୍ତା ଓ ତାଙ୍କ ସ୍ତ୍ରୀ ମାଳତ ସାନ୍ତା ପରିଣତ ବୟସରେ ଭିକ୍ଷାବୃତ୍ତି କରି ଚଳୁଛନ୍ତି । ବର୍ତ୍ତମାନ ଜିଲ୍ଲା ସମେତ ସମଗ୍ର ଦେଶରେ ଲକ୍ ଡାଉନ୍ ବଳବତ୍ତର ରହିଛି । ବୃଦ୍ଧଦମ୍ପତ୍ତି ବାହରକୁ ଯାଇପାରୁ ନାହାଁନ୍ତି । ସେମାନଙ୍କର ରାସନ୍ କାର୍ଡ ନଥିବାରୁ ରାସନ୍ ସାମଗ୍ରୀ ଚାଉଳ, କିରୋସିନ ଆଦି ମିଳୁନାହିଁ । ସରକାରଙ୍କ ପକ୍ଷରୁ ଅସହାୟଙ୍କ ପାଇଁ ୨ଓଳି ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କେବେକେବେ ଦିନକୁ ଥରେ ଲେଖାଏଁ ରନ୍ଧାଖାଦ୍ୟ ଓ ଥରେ ଲେଖା ଶୁଖିଲା ଖାଦ୍ୟ ଦିଆଯାଉଛି । ଚାଉଳ, କିରାସିନ ମିଳିବା ସାତସପନ ବୋଲି ବୃଦ୍ଧ ଦମ୍ପତ୍ତି କହିଛନ୍ତି । ସେହି ଗ୍ରାମର କଂସୀ ସାନ୍ତା, ସଜନ ସାନ୍ତା, ଅଞ୍ଜନା ସାନ୍ତା ପ୍ରମୁଖ ଅଭିଯୋଗ କରିଛନ୍ତି । ବହୁ ବର୍ଷ ହେଲାଣୀ ସେମାନଙ୍କୁ କିରାସିନ ମିଳୁନାହିଁ । ପାପଡ଼ାହାଣ୍ଡି ଯୋଗାଣ ନିରୀକ୍ଷକ ପ୍ରିୟରଞ୍ଜନ ନାୟକଙ୍କୁ ପଚାରିବାରୁ ପୂର୍ବରୁ ୩ମାସକୁ ଥରେ କିରୋସିନ ଦିଆଯାଉଥିଲା । ଅଣରାସନ୍ କାର୍ଡଧାରୀଙ୍କୁ କୌଣସି ରାସନ୍ ସାମଗ୍ରୀ ଦିଆଯାଉ ନଥିବା ଶ୍ରୀ ନାୟକ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking