ଜୟପୁର: ଆସନ୍ତା ଜାନୁଆରୀ ୫ରେ ରାଜସ୍ଥାନର କରନ୍ପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇ ୮ରେ ଗଣତି ପରେ ଫଳାଫଳ ଘୋଷଣା କରାଯିବ ବୋଲି ମଙ୍ଗଳବାର ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଡିସେମ୍ବର ୧୨ରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ।
ପ୍ରାର୍ଥିପତ୍ର ଯାଞ୍ଚ୍ ଶେଷ ତାରିଖ ଡିସେମ୍ବର ୨୦ ଏବଂ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ଡିସେମ୍ବର ୨୨କୁ ଧାର୍ଯ୍ୟ କରାଯାଇଛି । ସୂଚନାଯୋଗ୍ୟ କରନ୍ପୁର ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା କଂଗ୍ରେସ ପ୍ରାର୍ଥୀଙ୍କର ମୃତ୍ୟୁ ହେବାରୁ ସେଠାରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଫଳରେ ରାଜସ୍ଥାନର ବିଧାନସଭାର ମୋଟ ୨୦୦ ମଧ୍ୟରୁ ୧୯୯ ଆସନ ପାଇଁ ନଭେମ୍ବର ୨୫ରେ ଭୋଟଗ୍ରହଣ କରାଯାଇଥିଲା ।