29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶସାଇବେରିଆରେ ତାପମାତ୍ରା ମାଇନସ୍ ୫୮ ଡିଗ୍ରୀ

ସାଇବେରିଆରେ ତାପମାତ୍ରା ମାଇନସ୍ ୫୮ ଡିଗ୍ରୀ

ମସ୍କୋ : ଉତ୍ତର ଗୋଲାର୍ଦ୍ଧର ଶେଷସୀମାରେ ଅବସ୍ଥିତ ସାଇବେରିଆରେ ବର୍ତ୍ତମାନ ତାପମାତ୍ରା ମାଇନସ୍ ୫୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି । ରୁଷ୍‌ର ରାଜଧାନୀ ମସ୍କୋଠାରୁ ୫ ହଜାର କିମି ଦୂରରେ ଅବସ୍ଥିତ ୟାକୁତ୍‌ସ୍କ୍ ସହର ବିଶ୍ୱର ସବୁଠାରୁ ଶୀତଳତମ ସହରଭାବେ ମାନ୍ୟତାଲାଭ କରିଛି । ବର୍ତ୍ତମାନ ଏହି ସହରର ଆକାଶ ଘନ କୁହୁଡି ଓ ଶୀତଳ ବାଦଲରେ ଆଚ୍ଛାଦିତ ହୋଇପଡିଥିବାବେଳେ ଅଧିକାଂଶ ସ୍ଥାନ ବରଫାବୃତ ହୋଇପଡିଛି ।

ସେଠାକୁ ଯାଇଥିବା ଜଣେ ବିଦେଶୀ ପର୍ଯ୍ୟଟକ ନିଜର ଏକ ଫଟୋକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍ କରିଛନ୍ତି । ତାଙ୍କ ପୋଷାକ, ଟୋପି ଓ ଦାଢିରେ ବରଫ ଜମିଥିବା ଲକ୍ଷ୍ୟ କରାଯାଇଛି । ଅପରପକ୍ଷରେ ସାଇବେରିଆର ଉତ୍ତର-ପୂର୍ବ ଅଞ୍ଚଳରେ ଅବସ୍ଥିତ ସାଖା ରିପବ୍ଲିକ୍ (ଭାରତର ଆୟତନ ତୁଳନାରେ ସାମାନ୍ୟ କମ)ରେ ସୋମବାର ତାପମାତ୍ରା ମାଇନସ୍ ୫୫ ଡିଗ୍ରୀ ସେଲ୍‌ସିୟସ ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking