27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶନାଇଜେରିଆ ସେନାର ଅନିଚ୍ଛାକୃତ ତ୍ରୁଟି; ଲକ୍ଷ୍ୟଭ୍ରଷ୍ଟ ଡ୍ରୋନ୍ ଆକ୍ରମଣରେ ୮୫ ମୃତ

ନାଇଜେରିଆ ସେନାର ଅନିଚ୍ଛାକୃତ ତ୍ରୁଟି; ଲକ୍ଷ୍ୟଭ୍ରଷ୍ଟ ଡ୍ରୋନ୍ ଆକ୍ରମଣରେ ୮୫ ମୃତ

ଲାଗୋସ:  ଆଫ୍ରିକୀୟ ରାଷ୍ଟ୍ର ନାଇଜେରିଆରେ ସେନା ପକ୍ଷରୁ ବିଦ୍ରୋହୀଙ୍କ ବିରୋଧରେ ଗ୍ରହଣ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ତ୍ରୁଟିପୂର୍ଣ୍ଣ ହେବାରୁ ୮୫ ସାଧାରଣ ଲୋକଙ୍କର ଜୀବନହାନି ଘଟିଛି । ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିବାବେଳେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀଭାବେ ମୃତ୍ୟୁସଂଖ୍ୟା ସ୍ପଷ୍ଟ କରାଯାଇନଥିଲେ ସୁଦ୍ଧା ୮୫ ଜଣ ପ୍ରାଣ ହରାଇଥିବା ଏବଂ ଶତାଧିକ ଆହତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

କାଡୁନା ପ୍ରଦେଶରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ କରି ସେନା ପକ୍ଷରୁ ରବିବାର ଏକ ଡ୍ରୋନ୍ ଯୋଗେ ବୋମାମାଡ କରିବାକୁ ଯୋଜନା କରାଯାଇଥିଲା । ତେବେ ଭୁଲ କମାଣ୍ଡ୍ ଯୋଗୁଁ ଉକ୍ତ ଡ୍ରୋନ୍‌ଟି ଟୁଡୁନ୍ ଗ୍ରାମ ଉପରେ ବୋମାମାଡ କରିଥିଲା । ସେତେବେଳେ ଉକ୍ତ ଗ୍ରାମରେ ମୁସଲମାନ ସଂପ୍ରଦାୟର ଏକ ପର୍ବ ପାଳିତ ହେଉଥିବାବେଳେ ଶତାଧିକ ଲୋକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking