29.1 C
Bhubaneswar
Thursday, May 9, 2024
Homeରାଜସ୍ଥାନ ବିଧାନସଭା ନିର୍ବାଚନ -2023ନଭେମ୍ବର ୨୩ ନୁହେଁ ୨୫ରେ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ

ନଭେମ୍ବର ୨୩ ନୁହେଁ ୨୫ରେ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ

ଜୟପୁର : ବଦଳିଲା ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ। ନଭେମ୍ବର ୨୩ ନୁହେଁ ୨୫ ତାରିଖରେ ହେବ ମତଦାନ। ଏ ନେଇ ବୁଧବାର ଦିନ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ନିର୍ବାଚନ ତାରିଖ ପରିବର୍ତ୍ତନ କରାଯାଇଥିବାବେଳେ ଅନ୍ୟ କାର୍ଯ୍ୟକ୍ରମର ତାରିଖ ବଦଳି ନାହିଁ। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ପ୍ରାର୍ଥିପତ୍ର ଦାଖଲ କରାଯିବ। ନିର୍ବାଚନ କମିଶନଙ୍କ ପକ୍ଷରୁ ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯିବା ପରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ସହ ବିଭିନ୍ନ ମିଡିଆ ପ୍ଲାଟଫର୍ମ ନିର୍ବାଚନ ତାରିଖକୁ ନେଇ ନିଜ ନିଜର ମତ ରଖିଥିଲେ। ନଭେମ୍ବର ୨୩ ତାରିଖରେ ଦେବୋସ୍ଥାନ ଏକାଦଶୀ ପଡ଼ିବା ସହ ସେହିଦିନ ବହୁତ ବିବାହ ଓ ପୂଜା ଆଦି ମାଙ୍ଗଳିକ କାର୍ଯ୍ୟକ୍ରମ ରହିଛି। ଏହି ଦିନ ନିର୍ବାଚନ ହେଲେ ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିବ।ନଭେମ୍ବର ୨୩ ତାରିଖରେ ମତଦାନ ହେଲେ ଭୋଟ ଉପରେ ଅଧିକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଏହାକୁ ନେଇ ରଜ୍ୟର ଅନେକ ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ସଂଗଠନର ପ୍ରତିନିଧିଙ୍କ ଜରିଆରେ ନିର୍ବାଚନ ତାରିଖ ପରିବର୍ତ୍ତନ କରିବାକୁ ଅନୁରୋଧ କରାଯାଇଥିଲା। ନିର୍ବାଚନ ଆୟୋଜକ ଏହା ଉପରେ ବିଚାର କରି ରାଜସ୍ଥାନ ବିଧାନସଭା ନିର୍ବାଚନ ଲାଗି ନୂଆ ତାରିଖ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଆସନ୍ତା ନଭେମ୍ବର ୨୩ ତାରିଖରେ ରାଜସ୍ଥାନରେ ନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking