29.1 C
Bhubaneswar
Thursday, May 9, 2024
Homeଅପରାଧମଇଁଷି ଚରାଇବାକୁ ଯାଇଥିବା ମହିଳାଙ୍କ ଗଳା କାଟି ହତ୍ୟା

ମଇଁଷି ଚରାଇବାକୁ ଯାଇଥିବା ମହିଳାଙ୍କ ଗଳା କାଟି ହତ୍ୟା

ରାଜସ୍ଥାନ: ରାଜସ୍ଥାନର ରାଜଧାନୀ ଜୟପୁରରୁ ଏକ ଆଶ୍ଚର୍ଯ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଜୟପୁର ଖତେପୁରାରେ ଅଭିଯୁକ୍ତମାନେ ଜଣେ ମହିଳାଙ୍କ ଗଳା କାଟି ହତ୍ୟା କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମହିଳାଙ୍କ ହତ୍ୟା ପରେ ଗ୍ରାମବାସୀ ଧାରଣାରେ ବସି ଅନ୍ତ୍ୟେଷ୍ଟିକ୍ରିୟା କରିବାକୁ ମନା କରିଦେଇଛନ୍ତି ।
ଜୟପୁର ଗ୍ରାମୀଣ ଏସପି ଶଙ୍କର ଦତ ଶର୍ମା କହିଛନ୍ତି ଯେ, ମହିଳାଙ୍କୁ ଦୁର୍ବୃତ ସେତେବେଳେ ଆକ୍ରମଣ କରିଥିଲେ ଯେତେବେଳେ ସେ ମଇଁଷି ଚରାଇବାକୁ ଯାଇଥିଲେ । ସେମାନେ ମହିଳାଙ୍କ ପାଦ କାଟି ପାଉଁଜି ନେଇ ଯାଇଛନ୍ତି । ପୋଲିସକୁ ପ୍ରାରମ୍ଭିକ ତଦନ୍ତରୁ ଏହା ଲୁଟପାତ ବୋଲି ଲାଗୁଛି । ତେବେ ପୁଲିସର ୩୦ ଜଣିଆ ଟିମ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରଖିଛନ୍ତି । କହିରଖୁଛୁ, କ୍ରୋଧରେ ଥିବା ଗ୍ରାମବାସୀ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା, ପରିବାରକୁ କ୍ଷତିପୂରଣ ଦେବା ଓ ଜଣଙ୍କୁ ସରକାରୀ ଚାକିରୀ ଦେବା ନେଇ ଦାବି କରୁଛନ୍ତି । ଗୀତା ଦେବୀ ନାମକ ସେହି ମହିଳାଙ୍କ ବୟସ ହେଉଛି ୫୫ । ଗ୍ରାମବାସୀ ଓ ମୃତ ମହିଳାଙ୍କ ପରିବାରକୁ ବୁଝାସୁଝା କରିବାକୁ ଚେଷ୍ଟା ଚାଲିଥିବା ସ୍ଥାନୀୟ ପ୍ରଶାସନ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking