28.1 C
Bhubaneswar
Friday, April 26, 2024
Homeଓଡିଶାମାଲ ଗାଡି ଧକ୍କାରେ ରେଳବାଇ କର୍ମଚାରୀଙ୍କ ମୃତ୍ୟୁ

ମାଲ ଗାଡି ଧକ୍କାରେ ରେଳବାଇ କର୍ମଚାରୀଙ୍କ ମୃତ୍ୟୁ

ଯାଜପୁର : ଯାଜପୁର କେନ୍ଦୁଝର ରେଳ ଷ୍ଟେସନର ଅନତି ଦୂର ଥିବା -ଯୋଡ଼ାବର ଶିବମନ୍ଦିର ନିକଟରେ ମାଲଗାଡି ଧକ୍କାରେ ଜଣେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଆଜି ସଖାଳ ୯ ଟା ସମୟରେ ରେଲୱେ ବିଭାଗରେ କିଇ ମ୍ୟାନ ଭାବେ କାର୍ଯ୍ୟରତ ଚରନଞ୍ଜିତ କୁମାର ପ୍ରତେକ ଦିନ ପରି ନିଜର କାର୍ଯ୍ୟ କରିବାକୁ ବାହାରି ଯାଉଥିଲେ। ହଠାତ ଯୋଡ଼ାବାର ନିକଟରେ ଥିବା ଶିବ ମନ୍ଦିର ନିକଟରେ ଚରନଞ୍ଜିତ ନିଜ କାର୍ଯ୍ୟ କରୁଥିବା ବେଳେ ଏକ ମାଲଗାଡି ଧକ୍କା ଦେବା ଫଳରେ କର୍ମଚାରୀଙ୍କ ଘଟଣା ସ୍ଥଳ ରେ ସ୍ଥଳରେ ମୃତ୍ୟୁ ହେଇଥିଲା। ତେବେ ଖବର ପାଇ ରେଳ ବିଭାଗର ଜିଆରପି ଓ ଆରପିଏଫ ପୋଲିସର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରିବାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଚରନଞ୍ଜିତ କୁମାରଙ୍କ ଘର ବିହାର ଜିଲ୍ଲାର ବଚାଇ ଅଂଚଳର ବୋଲି ଜଣାପଡିଛି। ତେବେ ଜିଆରପି କେସ ନମ୍ବର ୩୩/୨୧ରେ ରୁଜୁ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking