30.1 C
Bhubaneswar
Sunday, July 3, 2022
Homeଦେଶ ବିଦେଶରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର, ୧୪% ବଢ଼ିଲା ମହଙ୍ଗା ଭତ୍ତା

ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର, ୧୪% ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : ରେଳ ବିଭାଗର କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢ଼ିଲା ମହଙ୍ଗା ଭତ୍ତା । ରେଲୱେ ବୋର୍ଡ ପକ୍ଷରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୪ ପ୍ରତିଶତ ବଢ଼ାଇ ଦିଆଯାଇଛି । ଏହି ଭତ୍ତା ବଢ଼ିବା ପରେ ସାରା ଦେଶର ଲକ୍ଷ ଲକ୍ଷ ରେଳ ବିଭାଗର କର୍ମଚାରୀ ଉପକୃତ ହେବେ । ରେଲୱେ କର୍ମଚାରୀଙ୍କ ପାଇଁ ସବୁଠୁ ଖୁସିର କଥା ହେଉଛି ମହଙ୍ଗା ଭତ୍ତା ସହ ବକେୟା ବି ମିଳିବ । ୧୪ ପ୍ରତିଶତ ଡିଏ ବର୍ଦ୍ଧିତ ୧୦ ମାସର ଏରିୟର ସହ ଆସିବ । ରେଲୱେ ବୋର୍ଡ ପକ୍ଷରୁ ୨ ଭାଗରେ ଡିଏ ବୃଦ୍ଧି ପାଇଁ ଘୋଷଣା କରାଯାଇଛି ।

୬ଷ୍ଠ ବେତନ କମିଶନ ଅଧୀନରେ କାମ କରୁଥିବା ସବୁ କର୍ମଚାରୀଙ୍କୁ ୭-୭ ପ୍ରତିଶତରେ ଏହି ମହଙ୍ଗା ଭତ୍ତା ମିଳିବ । ଏହି ମହଙ୍ଗା ଭତ୍ତା ୧ ଜୁଲାଇ ୨୦୨୧ରୁ ପିଛିଲା ଭାବେ ୭ ପ୍ରତିଶତ ଓ ୧ ଜାନୁଆରୀ ୨୦୨୨ରୁ ୭ ପ୍ରତିଶତ ବୃଦ୍ଧି କରାଯାଇଛି । ଏବେ ରେଳ ବିଭାଗର କର୍ମଚାରୀଙ୍କୁ ୬ଷ୍ଠ ବେତନ କମିଶନରେ ୧୮୯ ପ୍ରତିଶତ ଡିଏ ମିଳୁଛି । ମହଙ୍ଗା ଭତ୍ତା ବଢ଼ିବା ପରେ ସେମାନଙ୍କୁ ଅଧିକ ୭ ପ୍ରତିଶତ ଅର୍ଥାତ୍ ୧୯୬ ପ୍ରତିଶତ ମହଙ୍ଗା ଭତ୍ତା ମିଳିବ । ସେହିପରି ୧ ଜାନୁଆରୀ ୨୦୨୨ରୁ ପୁଣି ୭ ପ୍ରତିଶତ ବଢ଼ିବା ପରେ ଏହା ୨୦୩ ପ୍ରତିଶତ ହୋଇଯିବ । ଏହି ବର୍ଦ୍ଧିତ ବେତନ କର୍ମଚାରୀଙ୍କୁ ମେ’ ମାସର ଦରମା ସହ ମିଳିବ । ଅର୍ଥାତ୍ ଏହି ମାସରେ ରେଳ ବିଭାଗର କର୍ମଚାରୀଙ୍କୁ ଦରମା ବାଦ୍ ୧୦ ମାସର ବକେୟା ବି ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking