33.1 C
Bhubaneswar
Wednesday, April 24, 2024
Homeଓଡିଶାକାହିଁକି ଶୈଳବାଳା ମହାବିଦ୍ୟାଳୟ ପ୍ରତି ସରକାରଙ୍କ ଉଦାସୀନତା ?

କାହିଁକି ଶୈଳବାଳା ମହାବିଦ୍ୟାଳୟ ପ୍ରତି ସରକାରଙ୍କ ଉଦାସୀନତା ?

ଭୁବନେଶ୍ୱର: ସମଗ୍ର ଭାରତ ବର୍ଷରେ ତୃତୀୟ ଏବଂ ରାଜ୍ୟର ସର୍ବପ୍ରଥମ ମହିଳା ହି ମହାବିଦ୍ୟାଳୟ ଐତିହାତିସିକସି ଶୈଳବାଳା ମହାବିଦ୍ୟାଳୟ ପ୍ରତି କାହିଁକି ଏ ପ୍ରକାର ଉଦାସୀନତା / ଅନ୍ୟାୟ? ଉତ୍କଳ ଗୌରବ ମଧୁସୂଦନସୂ ଦାସଙ୍କ ତ୍ୟାଗ ଓ ଓଡ଼ିଆ ଅସ୍ମିତାର ପ୍ରତୀକ ରାଜ୍ୟର ଏହି ସର୍ବପ୍ରଥମ ମହିଳା ହି ମହାବିଦ୍ୟାଳୟ ଅନେକ ଇତିହାସ ସୃଷ୍ଟି କରିବା ସହିତ ବହୁ ସୁଯୋଗ୍ୟ ପ୍ରତିଭା ସୃଷ୍ଟି କରିଛିରି। କୌଣସି ମନ୍ଦିର ସୌନ୍ଦର‌୍ୟ୍ୟକରଣ ପାଇଁ ନାରୀଶିକ୍ଷା ଓ ସ୍ୱାଭିମାନର ଏହି ପବିତ୍ର ସାରସ୍ୱତ କ୍ଷେତ୍ରକୁ ବିଭିନ୍ନ ସମୟରେ ଧୀରେ ଧୀରେ ସଙ୍କୁଚିତ କରାଯିବା ସମସ୍ତ ବର୍ଗଙ୍କୁ ଦୁଃଖିତ ଓ ବ୍ୟଥିତ କରିଛିରି । ଏହାକୁ ଏକ ବିଶ୍ୱବିବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଅନେକ ବର୍ଷରୁ ଦାବି ଓ ଚେଷ୍ଟା କରାଯାଉଥିବା ସମୟରେ ତାହାକୁ ଅଣଦେଖା କରାଯାଇ ଏହାର ଛାତ୍ରୀ ନିବାନି ଓ ଖେଳ ପଡିଆଡି କୁ ମନ୍ଦିର ଗାଡି ଷ୍ଟାଣ୍ଡ ଭାବରେ ବ୍ୟବହାର କରିବା ର ନିଷ୍ପତ୍ତି ଯେ କୌଣସି ବୁଦ୍ଧିଜୀବୀ ଙ୍କ ପରିକରିଳ୍ପନା ହୋଇପାରେ । ଏହା ସମସ୍ତଙ୍କୁ ଆଚମ୍ବିତ କରୁଛି। ବରଂ ବର୍ତ୍ତମାନର ଆବଶ୍ୟକତା ହେଉଛି ଏହି ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଦକ୍ଷତା ବିକାଶ ମୂଳକ ବିଭିନ୍ନ ନୂତନ ପାଠ୍ୟକ୍ରମ ପ୍ରଚଳନ କରିବା ସହିତ ଏହାକୁ ଏକ ବିଶ୍ୱବିସ୍ତରୀୟ ଶିକ୍ଷା ଓ ଗବେଷଣା କେନ୍ଦ୍ର ଭାବରେ ଗଢି ତୋଳିବା ପାଇଁ ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ଓ ଶୈଳବାଳା ମହିଳା ମହାବିଦ୍ୟାଳୟର ଐତିହ୍ୟ କୁ ଅକ୍ଷୁର୍ଣ୍ଣରଖନ୍ତୁ।

ଡ଼ଃ ରୀନା ରାଉତରାୟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking