କଣ୍ଟାବାଞ୍ଜି : କାଠ ମାଫିଆର ଘରେ ରେଡ୍। କଣ୍ଟାବାଞ୍ଜି ୱାର୍ଡ ନମ୍ବର ୧ ଧୂବାପଡା ମୋହନ ଟାଙ୍ଗଙ୍କ ଘର ଏବଂ ଭଡା ଘରେ ଚଢାଉ। ବଲାଙ୍ଗୀର ବନ ବିଭାଗର ସ୍ୱତନ୍ତ୍ର ଦଳ ଚଢ଼ାଉ କରିଛି। ରେଡ୍ ବେଳେ ବିପୁଳ ପରିମାଣର କାଠ, ତିଆରି ହେଉଥିବା ଆସବାପତ୍ର ଜବତ ହୋଇଛି। ମୋହନ ଟାଙ୍ଗକୁ ବନ ବିଭାଗ ଅଟକ ରଖିଛି ।
ଆଉ ଏକାଧିକ ସ୍ଥାନରେ ଚଢ଼ାଉ ହେବାର ଅଛି ଏବେ ଚଢ଼ାଉ ଜାରି ରହିଥିବା ଏସିଏଫ ଘନଶ୍ୟାମ ମହନ୍ତ ସୂଚନା ଦେଇଛନ୍ତି । ତେବେ କାଣ୍ଟାବାଞ୍ଜି ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଉପସ୍ଥିତ ଅଛନ୍ତି. ଜବତ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କାର ହେଵ ବୋଲି ଅନୁମାନ କରାଯାଉଛି ।