29.1 C
Bhubaneswar
Monday, June 16, 2025
Homeଓଡିଶାନିଶାସକ୍ତ ଅବସ୍ଥାରେ ୩ ଶଳାଙ୍କୁ ହତ୍ୟା କଲା ସୈତାନ ଭିଣୋଇ

ନିଶାସକ୍ତ ଅବସ୍ଥାରେ ୩ ଶଳାଙ୍କୁ ହତ୍ୟା କଲା ସୈତାନ ଭିଣୋଇ

ମାଲକାନଗିରି: ନିଶାସକ୍ତ ଅବସ୍ଥାରେ ୩ ଶଳାଙ୍କୁ ହତ୍ୟା କରିଛି ସୈତାନ ଭିଣୋଇ। ମୃତକ ହେଲେ ମାଲକାନଗିରି ଚିତ୍ରକୋଣ୍ଡା ଥାନା କୁପାଗୁଡ଼ା ଗାଁର ରାଜୁ ଖେମୁଡୂ, କୁଞ୍ଜ ଖେମୁଡୁ ଏବଂ କ୍ରିଷ୍ଣା ଖେମୁଡୁ । ରବିବାର ନିଜ ଭଉଣୀ ଘରକୁ ଶବ ଦାହ କାର୍ଯ୍ୟରେ ଯୋଗଦେବା ପାଇଁ ଆନ୍ଧ୍ରପ୍ରଦେଶ ସିଲେରୁ ଯାଇଥିଲେ ୩ ଭାଇ । ସେଠାରେ ଭିଣୋଇ ଓ ଶଳାମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ହୋଇଥିଲା । ତେବେ ରାତିରେ ସମସ୍ତେ ଶୋଇଥିବାବେଳେ ୩ ଶଳାଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ । କ୍ରିଷ୍ଣା ଏବଂ କୁଞ୍ଜଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଖେମୁଡୁକୁ ଗୁରୁତର ଅବସ୍ଥାରେ ବିଶାଖାପାଟଣାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking