ସୁଲତାନପୁର: ଉତ୍ତର ପ୍ରଦେଶର ସୁଲତାନପୁରସ୍ଥିତ ଏକ ଏମ୍/ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସମନ୍ ଜାରି କରିଛନ୍ତି । ଡିସେମ୍ବର ୧୬ରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୮ରେ ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ରାହୁଲ କୁଆଡେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।
ରାହୁଲ ସେତେବେଳେ ଶାହଙ୍କୁ ଜଣେ ହତ୍ୟାକାରୀ ବୋଲି କହିଥିଲେ । ଫଳରେ ବେଙ୍ଗାଲୁରୁ ବିଜେପି ମୁଖ୍ୟ ବିଜୟ ମିଶ୍ର ସେତେବେଳେ ରାହୁଲଙ୍କ ବିରୋଧରେ ଏମ୍/ଏମଏଲଏ କୋର୍ଟରେ ମାମଲା ଦାଏର କରିଥିଲେ । ଯଦି ରାହୁଲ ଦୋଷୀସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ସର୍ବାଧିକ ୨ ବର୍ଷ ଜେଲଦଣ୍ଡ ହୋଇପାରେ ବୋଲି ବିଜୟ ମିଶ୍ରଙ୍କ ଓକିଲ କହିଛନ୍ତି ।