28.1 C
Bhubaneswar
Friday, April 26, 2024
Homeଓଡିଶାହସ୍‌ପିଟାଲରୁ ବାହାରିଲା ରାହୁଲ

ହସ୍‌ପିଟାଲରୁ ବାହାରିଲା ରାହୁଲ

ରାୟପୁର : ବିଳାସପୁର ଆପୋଲ ହସ୍ପିଟାଲରୁ ଡିସଚାର୍ଜ ହେଲା ବହୁଚର୍ଚ୍ଚିତ ରାହୁଲ ସାହୁ । ୫ ଦିନ ବୋରେୱେଲରେ ଫସିଲା ପରେ ଗତ ୧୪ ରାତିରେ ଉଦ୍ଧାର ହୋଇଥିଲା ରାହୁଲ । ଗତ ୧୪ ତାରିଖରୁ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା । ଏବେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେବାରୁ ଡିସଚାର୍ଜ ହୋଇ ଘରକୁ ଫେରିଲା । ଡିସ୍‌ଚାର୍ଜ ବେଳେ ମେଡିକାଲରେ ଜାଞ୍ଜବୀର ଜିଲ୍ଲାପାଳ, ବିଳାସପୁର ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ଥିଲେ ।

ବିଳାସପୁର ଏସ୍‌ପିଙ୍କ ପକ୍ଷରୁ ରହୁଲଙ୍କୁ ଗିଫ୍ଟ ଆକାରରେ ସାଇକେଲ ଓ ଚକୋଲେଟ୍ ଦିଆଯାଇଛି। ରାହୁଲକୁ ବିଳାସପୁରର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହାପରେ ରାହୁଲ ୨ଟା ବେଳେ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳଙ୍କୁ ସାକ୍ଷାତ କରିବ । ଅପରାହ୍ନ ୩ଟା ବେଳକୁ ନିଜ ଗାଁ ପିହରିଡ୍‌ରେ ପହଞ୍ଚିବ ରାହୁଲ । ସେଠାରେ ସ୍ୱାଗତ ସମ୍ବର୍ଦ୍ଧନା ସହ ଶୋଭାଯାତ୍ରା କରି ରାହୁଲକୁ ଘରକୁ ନିଆଯିବ ବୋଲି ଛତିଶଗଡ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲାର ପିହରିଡ୍ ଫିରିଡ୍ ଗାଁରେ ୮୦ ଫୁଟ ଗଭୀର ବୋରୱେଲ ଭିତରେ ଫସିଥିଲା । ୧୦ ବର୍ଷର ବାଳକ ରାହୁଲ ୧୦୮ ଘଣ୍ଟାର ରେସ୍କ୍ୟୁ ଅପରେସନ୍ ପରେ ତାକୁ ଉଦ୍ଧାର କରାଯାଇଥିଲା । ଛତିଶଗଡ଼ର ରାହୁଲ ସାହୁ ଯିଏ କି ଏବେ ମୃତ୍ୟୁଞ୍ଜୟୀ ବାଳକ ରାହୁଲ ଭାବେ ବେଶ ଚର୍ଚ୍ଚିତ । ବୋରୱେଲ ଭିତରୁ ବାହାରିବା ପରେ ସେ ଏବେ ମେଡିକାଲରେ ଦିନ କାଟୁଥିଲା । ଆଉ ଧିରେ ଧିରେ ସୁସ୍ଥ ହେଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking