ନୂଆଦିଲ୍ଲୀ: ଦରବୃଦ୍ଧି, ଜିଏସଟି ଏବଂ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଶୁକ୍ରବାର ସଂସଦରୁ ସଡକ ପର୍ୟ୍ୟନ୍ତ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି। ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ପୋଲିସ ନିଜ ହେପାଜତରେ ନେଇଛି। ରାହୁଲ ଅନେକ କଂଗ୍ରେସ ନେତାଙ୍କ ସହିତ ଦରବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରପତି ଭବନ ଅଭିମୁଖେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ରାହୁଲଙ୍କ ବ୍ୟତୀତ ଶଶି ଥରୁରଙ୍କୁ ମଧ୍ୟ ପୋଲିସ୍ ଅଟକ ରଖିଛି। ବିଜୟ ଚୌକରେ ମଧ୍ୟ କଂଗ୍ରେସ ଧାରଣାରେ ବସିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଦିଲ୍ଲୀ ପୋଲିସ ପୂରା ଜିଲ୍ଲାରେ ୧୪୪ ଧାରା ଲାଗୁ କରିଛି। ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ରାସ୍ତାରେ ଧାରଣାରେ ବସିଛନ୍ତି ପ୍ରିୟଙ୍କା ଗାନ୍ଧୀ।