ଭୁବନେଶ୍ୱର : ମହିଳା ସାମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିବା ଘଟଣାରେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନଙ୍କୁ ମିଳିଲା ଅସ୍ବସ୍ତି । ରଘୁନନ୍ଦନଙ୍କ ଆଗୁଆ ଜାମିନ ହାଇକୋର୍ଟରୁ ମଞ୍ଜୁର ହୋଇଛି । ମହିଳା ସାମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିବାକୁ ଉଦ୍ୟମ କରିଥିବା ନେଇ ରଘୁନନ୍ଦନଙ୍କ ନାଁରେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ଆସି ରଘୁନନ୍ଦନଙ୍କ ଘରକୁ ଆସି ପୂରା ଘଟଣାର ଯାଞ୍ଚ କରିଥିଲା । ମହିଳା ସାମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିଥିବାରୁ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି ମଧ୍ୟ ହୋଇଥିଲା । ତେବେ ଗିରଫଦାରୀ ଏଡାଇବାକୁ ରଘୁନନ୍ଦନ ହାଇକୋର୍ଟରେ କରିଥିଲେ ଆଗୁଆ ଜାମିନ ଆବେଦନ । ଏନେଇ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ ପରେ ରଘୁନନ୍ଦନ ଜାମିନରେ ଯାଇପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।