22.1 C
Bhubaneswar
Monday, February 10, 2025
Homeଦେଶ ବିଦେଶମାଇକ୍ରୋସଫ୍ଟ ବିଭ୍ରାଟ : ବିମାନ ଚଳାଚଳ ପ୍ରଭାବିତ

ମାଇକ୍ରୋସଫ୍ଟ ବିଭ୍ରାଟ : ବିମାନ ଚଳାଚଳ ପ୍ରଭାବିତ

ନୂଆଦିଲ୍ଲୀ : ମାଇକ୍ରୋସପ୍ଟର ଉଇଣ୍ଡୋଜ୍ ଅପରେଟିଂ ସିଷ୍ଟମ କ୍ରାସ୍ । ବିମାନ ସେବା, ବ୍ୟାଙ୍କିଂ ସେବା ପ୍ରଭାବିତ । ବିଶ୍ୱର ବିଭିନ୍ନ ଦେଶରେ ବିମାନ ଚଳାଚଳ ପ୍ରଭାବିତ । ଭାରତରେ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ । ଇଣ୍ଡିଗୋ, ଏୟାର ଇଣ୍ଡିଆ, ସ୍ପାଇସ୍ ଜେଟର ସେବା ପ୍ରଭାବିତ ।  ଭାରତ ଓ ଆମେରିକା ସମେତ ବିଶ୍ବର ଅନେକ ଦେଶରେ ବିମାନ ସେବା ଠପ୍ ହୋଇଯାଇଛି । ମାଇକ୍ରୋସଫ୍ଟର ସର୍ଭରରେ ସମସ୍ୟା ଯୋଗୁଁ ଉଡାଣ ସେବା ପ୍ରଭାବିତ ହୋଇଛି । ଅନେକ ବିମାନ ଉଡାଣ ଭରିପାରୁନାହାଁନ୍ତି । ସ୍ପାଇସଜେଟ୍ ଓ ଇଣ୍ଡିଗୋ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେବଳ ବିମାନ ସେବା ନୁହେଁ, ବରଂ ଅନେକ ଦେଶରେ ବ୍ୟାଙ୍କିଂ ସେବାଠୁ ଆରମ୍ଭ କରି ଟିକେଟ୍ ବୁକିଂ ଏବଂ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । କୁହାଯାଉଛି କି ସାଇବର ସିକ୍ୟେରିଟି ପ୍ଲାଟଫର୍ମ କ୍ରାଉଡଷ୍ଟ୍ରାଇକରେ ସମସ୍ୟା ଯୋଗୁଁ ସେବା ପ୍ରଭାବିତ ହୋଇଛି । ଇଣ୍ଡିଗୋ ଏବଂ ସ୍ପାଇସଜେଟ୍ ଭଳି ଏୟାରଲାଇନ୍ସର କହିବାନୁସାରେ ସର୍ଭରରେ ସମସ୍ୟା ଯୋଗୁଁ ସେବା ବନ୍ଦ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking