26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶରାଘବ ଚଢାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ରାଘବ ଚଢାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ନୂଆଦିଲ୍ଲୀ: ସୋମବାରଠାରୁ  ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନ ଆପ୍ ରଜ୍ୟସଭା ସାଂସଦ ରାଘବ ଚଢାଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯାଇଛି । ଗତ ଅଗଷ୍ଟରେ ମୌସୁମୀ ଅଧିବେଶନ ଚାଲିଥିବାବେଳେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନ୍‌କର ସ୍ୱାଧିକାର ଭଙ୍ଗ ଅଭିଯୋଗରେ ରାଘବଙ୍କୁ ନିଲମ୍ବନ କରିଥିଲେ ।

ସୂଚନାଯୋଗ୍ୟ ସେତେବେଳେ ଏକ ପ୍ରସ୍ତାବ ଆଗତ କରିବାକୁ ରାଘବ କୁଆଡେ କେତେକ ସାଂସଦଙ୍କ ବିନା ଅନୁମତିରେ ସେମାନଙ୍କର ଦସ୍ତଖତ ଜାଲ କରିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ରାଘବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିବାରୁ ରାଘବ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking