28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶରାଗିଂ ପଡ଼ିଲା ମହଙ୍ଗା; ୬୦ ପାରାମେଡିକାଲ ଛାତ୍ରଛାତ୍ରୀ ନିଲମ୍ବିତ

ରାଗିଂ ପଡ଼ିଲା ମହଙ୍ଗା; ୬୦ ପାରାମେଡିକାଲ ଛାତ୍ରଛାତ୍ରୀ ନିଲମ୍ବିତ

ପାଟନା: ଜୁନିଅର ଛାତ୍ରଛାତ୍ରୀଙ୍କୁ ରାଗିଂ କରିବା ପଡିଲା ମହଙ୍ଗା । ଏକାଥରକେ ୬୦ ଜଣ ପାରା ମେଡିକାଲ ଛାତ୍ରଛାତ୍ରୀଙ୍କୁ ନିଲମ୍ବିତ କଲେ କଲେଜ କର୍ତ୍ତୃପକ୍ଷ । ବିହାର ମୁଜ୍ଜାଫରପୁର ସ୍ଥିତ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଆଣ୍ଡି ହସ୍ପିଟାଲ ରେ ଏଭଳି ଘଟଣା ସାମ୍ନାକୁ ଆସିଛି । ୨୦୨୩ ବ୍ୟାଚର ଛାତ୍ରଛାତ୍ରୀ ଏନେଇ କଲେଜ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିବା ପରେ ୨୦୨୨ ବ୍ୟାଚର ଛାତ୍ରଛାତ୍ରୀଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜୁନିଅର ଛାତ୍ରଛାତ୍ରୀମାନେ ରାଗିଂର ଶିକାର ହେବା ପରେ ସିନିୟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିଲେ ।

ଏହି ଅଭିଯୋଗ ହେବା ପରେ ପ୍ରିନ୍ସିପାଲ ପ୍ରଫେସର ଆଭାରାଣୀ ସିହ୍ନା ଏକ ବୈଠକ ଡାକିଥିଲେ । ଏହାପରେ ଏହି ରାଗିଂରେ ସମ୍ପୃକ୍ତି ଥିବା ମୋଟ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ସିନିୟର ଛାତ୍ରଛାତ୍ରୀ ୨୦୨୩ ବ୍ୟାଚର ଜୁନିଅରଙ୍କୁ ଲାବ୍ରୋଟୋରୀରେ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ମେଡିକାଲ କଲେଜର ପ୍ରିନ୍ସିପାଲ ପ୍ରଫେସର ଆଭାରାଣୀ ସିହ୍ନା କହିଛନ୍ତି, “ମହାବିଦ୍ୟାଳୟରେ ରାଗିଂକୁ ନିୟନ୍ତ୍ରଣରେ ରଖାଯାଇଛି । ଏଭଳି ଘଟଣା ସାମ୍ନାକୁ ଆସିଲେ ଆମ ଆଣ୍ଟି ରାଗିଂ କମିଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । କଲେଜରେ କୌଣସି ପ୍ରକାର ରାଗିଂକୁ ଗ୍ରହଣ କରାଯିବ ନାହିଁ ।

ପୂର୍ବରୁ ଏସକେଏମସିଏଚ କଲେଜରେ ଜଣେ ଏମବିବିଏସ ଛାତ୍ରଙ୍କୁ ରାଗିଂ କରାଯାଇଥିଲା । ଏହାପରେ ଛାତ୍ରଙ୍କ ବଡ଼ ଭାଇ ଆଣ୍ଟି-ରାଗିଂ ସେଲ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ରାଗିଂ କମିଟି ପ୍ରିନ୍ସିପାଲଙ୍କ ନିକଟକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଏକ ଚିଠି କରିଥିଲା । ଏହାପରେ ପ୍ରିନ୍ସିପାଲ ୨୦୨୨ ଏମବିବିଏସ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ନିଲମ୍ବିତ କରିଥିଲେ । କଲେଜରେ ରାଗିଂକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ଅନେକ ସମୟରେ ଏଭଳି ଘଟଣା ସାମ୍ନାକୁ ଆସୁଛି । କଲେଜରେ ଏପରି ଅପରାଧିକ କାର୍ଯ୍ୟକୁ ବନ୍ଦ କରିବା ଲାଗି କଲେକ କର୍ତ୍ତୃପକ୍ଷ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । କଲେଜରେ ରାଗିଂକୁ ରୋକିବା ଲାଗି ଆଣ୍ଟି ରାଗିଂ କମିଟି, ଆଣ୍ଟି ରାଗିଂ ସ୍କ୍ୱାଡ୍‌, ଆଣ୍ଟି ରାଗିଂ ସେଲ୍ ଗଠନ, ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସ୍ଥାପନ, ଆଣ୍ଟି ରାଗିଂ କର୍ମଶାଳା ଏବଂ ଆଲୋଚନାଚକ୍ର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ତଥାପି ଏଭଳି ଘଟଣା ସାମ୍ନାକୁ ଆସିଥିବାରୁ କଲେଜ କର୍ତ୍ତୃପକ୍ଷଙ୍କୁ ଏ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking