31.1 C
Bhubaneswar
Thursday, July 10, 2025
Homeଓଡିଶାବସରେ ଯାଉଥିବା ପ୍ରବାସୀଙ୍କୁ ଗୁଟଖା ଦେଇ କ୍ୱାରେଣ୍ଟାଇନରେ ଗଲେ ଦୋକାନୀ

ବସରେ ଯାଉଥିବା ପ୍ରବାସୀଙ୍କୁ ଗୁଟଖା ଦେଇ କ୍ୱାରେଣ୍ଟାଇନରେ ଗଲେ ଦୋକାନୀ

ସାଲେପୁର : ବସରେ ଯାଉଥିବା ପ୍ରବାସୀ ଓଡ଼ିଆଙ୍କୁ ଗୁଟଖା ଦେଇ ଜଣେ ଦୋକାନୀ ହରଡ଼ଘଣାରେ ପଡିଥିବା ଜଣାଯାଇଛି । ସଂପୃକ୍ତ ଦୋକାନୀଙ୍କୁ ସାଲେପୁର ପୁଲିସ ଧରି ୧୪ଦିନ ପାଇଁ କ୍ୱାରେଣ୍ଟାଇନରେ ରଖିଥିବା ଘଟଣା ଏହି ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୪ଟା ସମୟରେ ସାଲେପୁର ପୋଷ୍ଟ ଅଫିସ୍ ନିକଟରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ନିଶ୍ଚିନ୍ତକୋଇଲି ଅଭିମୁଖେ ଯାଉଥିବା ଏକ ବସ୍ କିଛି ସମୟ ପାଇଁ ଅଟକିଥିଲା । ଏହି ସମୟରେ ବସ୍ ମଧ୍ୟରେ ଥିବା ଜଣେ ପ୍ରବାସୀ ଓଡ଼ିଆ ରାସ୍ତାକଡ଼ରେ ଥିବା ଏକ ପାନ ଦୋକାନୀଙ୍କୁ ଗୁଟଖା ମାଗିଥିଲା । କୋଲଣପୁର ଗ୍ରାମର ସୁନାମଣି ସାମଲ ନାମକ ଏହି ପାନ ଦୋକାନୀ ଗୁଟଖା ନେଇ ବସରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଦେଇଥିଲା । ଏ ସଂପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବାପରେ ପୁଲିସ ଉକ୍ତ ଯୁବକଙ୍କୁ ଧରି ସରପଞ୍ଚଙ୍କ ଜରିଆରେ ୧୪ଦିନ କ୍ୱାରେଣ୍ଟାନରେ ରଖିଥିବା ଜଣାଯାଇଛି ।
ପ୍ରଶାସନର ବେପରୁଆ ମନୋଭାବ ଯୋଗୁଁ ନିୟମିତ ବହୁ ପ୍ରବାସୀ ଓଡ଼ିଆ ସାଲେପୁର ବଜାରରେ ଦଳ ଦଳ ହୋଇ ବୁଲିବା ସହ ନିର୍ଭୟରେ ବିଭିନ୍ନ ଦୋକାନରୁ ପାନ, ଗୁଟଖା ଓ ଜଳଖିଆ ଖାଉଥିବା ଦେଖିବାକୁ ମିଳିଛି । ପୁଲିସ ପକ୍ଷରୁ ଲକଡାଉନ୍ ନିୟମକୁ ଠିକ୍ ଭାବେ ପାଳନ କରାଯାଉ ଥିବାବେଳେ ବ୍ଲକ୍ ପ୍ରଶାସନ କି ତହସିଲ ପ୍ରଶାସନ ଦାୟିତ୍ୱରେ ଥିବା ଅଧିକାରୀମାନେ ଖାମ ଖିଆଲୀ ନୀତି ଅବଲମ୍ବନ କରୁଥିବାରୁ ସାଲେପୁରରେ ଏଭଳି ପରିସ୍ଥିତି ଉପୁଜିଛି ବୋଲି ବହୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking