ଖୋର୍ଦ୍ଧା : ଜେଲରୁ ଜିମାରେ ଆସିଥିବା ଧଳାଜହର ବେପାରୀଙ୍କ ଜିମା ଶେଷ ହେବା ପରେ ସେମାନଙ୍କ ତଥ୍ୟକୁ ଆଧାର କରି ପୁଲିସ ଆଉ ୭ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ପୋଲସରା ଥାନା ଅଧିନ କାଳୁ ଚରଣ ଭୂୟାଁ(୨୯), ଖୋର୍ଦ୍ଧା ରାମନଗରର ପ୍ରମୋଦ କୁମାର ପଣ୍ଡା(୧୯), ଶ୍ରୀରାମନଗରର ସୁମନ ସେଠୀ(୧୯), ଉପର ସାହିର ଦେବାଶିଷ ପଟ୍ଟନାୟକ(୨୧), ସ୍ୱପ୍ନେଶ୍ୱରସାହିର ପୁଷ୍ପା ନାୟକ(୩୫), ମୁକୁନ୍ଦପ୍ରସାଦର ଏସକେ ଆକ୍ରମ(୫୮), ଫରେଷ୍ଟ କଲୋନୀର ଅମିତ ସାହୁ(୧୯) । ପୁଷ୍ପା ନାୟକ ଜେଲକୁ ମୋବାଇ ଫୋନ ଯୋଗାଉଥିଲା ବୋଲି ଏସ୍?ଡିପିଓ ଦିଲ୍ଲୀପ କୁମାର ଦାସ ସୂଚନା ଦେଇଛନ୍ତି ।
ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ ଗତ ଫେବୃୟାରୀ ୧୯ ତାରିଖରେ ଆଦର୍ଶ ଥାନାରେ ରୁଜ୍ଜୁ ହୋଇଥିବା ମାମଲା ନଂ. ୮୪/୨୦୨୪ ଅନୁଯାୟୀ ଗୁରୁଜଙ୍ଗରେ ରହୁଥିବା ନୟାଗଡ଼ର ସେଖ ଜାଫର(୨୯), ଭାଲିଆବାଡିର ଲକ୍ଷ୍ମୀଧର ସାହୁ(୩୦) ଓ ସଞ୍ଜୟ ପ୍ରଧାନ((୪୦), ମନୋରଞ୍ଜନ ସାହୁ(୨୪) ପ୍ରମୁଖଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ଠାରୁ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ପୁଲିସ ଅଭିଯୁକ୍ତମାନଙ୍କୁ ଜିମାରେ ଆଣିଥିଲା । ଜିମାରେ ଆଣିବା ପରେ ସେମାନଙ୍କ ତଥ୍ୟକୁ ଆଧାର କରି ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି । ହେଲେ ପୁଲିସର ଭୂମିକା ଏଠାରେ ସନ୍ଦେହ ଘେରକୁ ଆସିଛି । ଜେଲରେ ଥିବା ଧଳା ଜହର ବେପାରୀ ସାରଥୀ ନାୟକର ପତ୍ନୀ ପୁଷ୍ପା ଜେଲକୁ ମୋବାଇଲ ଚାଲାଣ କରୁଥିଲା ବୋଲି ପୁଲିସ କହିଛି । ହେଲେ ଜେଲ କର୍ମଚାରୀ କିପରି ଏହା ଜାଣି ପାରୁନ ଥିଲେ ବୋଲି ଏସ୍?ଡିପିଓଙ୍କୁ ପଚାରିବାରୁ ସେ କୌଣସି ତଥ୍ୟ ଦେଇ ନଥିଲେ । ତଦନ୍ତ ଚାଲିଛି ଆଳରେ କଥାକୁ ଏଡାଇ ଯାଇଥିଲେ । ସୂଚନା ଥାଉକି ଜେଲରେ କଡ଼ା ସୁରକ୍ଷା ମଧ୍ୟରେ ଅପରାଧୀମାନେ ରହୁଛନ୍ତି ।
ସେହିପରି ଯେଉଁ ସଂପର୍କୀୟମାନେ ଜେଲକୁ ବିଚାରଧୀନ କଏଦୀମାନଙ୍କୁ ଦେଖା କରିବାକୁ ଯାଆନ୍ତି ସେମାନଙ୍କୁ କଡ଼ା ଯା କରାଯାଇଥିଲା । ସେମାନେ ନେଉଥିବା ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ଯା ହୋଇଥାଏ । ତେଣୁ ଜେଲ କର୍ମଚାରୀଙ୍କ ଗୋଚରରେ ଜେଲକୁ ମୋବାଇଲ ଚାଲାଣ ହେଉଥିଲା ବୋଲି ଆଲୋଚନା ହେଉଛି । ପୂର୍ବରୁ ଅନେକ ନଜିର ରହିଛି ଜେଲ ମଧ୍ୟରେ ଗଞ୍ଜେଇ, ଧଳାଜହର କାରବାର ହୁଏ । ଏଥିରେ ଜେଲ କର୍ମଚାରୀମାନଙ୍କ ଭିତିରି ହାତ ରହିଥାଏ । ତେଣୁ ଏ କ୍ଷେତ୍ରରେ ମଧ୍ୟ ଜେଲ କର୍ମଚାରୀ ସଂପୃକ୍ତ ରହିଥିବା ସନ୍ଦେହ କରାଯାଉଛି । ହେଲେ ପୁଲିସ ସେମାନଙ୍କୁ ରକ୍ଷା କରିବା ପାଇଁ ଜେଲ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ଆଦର୍ଶ ଥାନାଧିକାରୀ ସଞ୍ଜୟ ନାୟକ, ଇନ୍ସପେକ୍ଟର ସୁଚିତ୍ରା ଜେନା, ସବଇନ୍ସପେକ୍ଟର ବି.ମନ୍ତ୍ରୀ, ସବଇନ୍ସପେକ୍ଟର ସ୍ୱାଗତିକା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।