29.1 C
Bhubaneswar
Thursday, May 16, 2024
Homeଓଡିଶାଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ: ତିନି ରଥକୁ ସିଂହଦ୍ବାର ଚକଡ଼ାକୁ ନିଆଯାଉଛି

ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ: ତିନି ରଥକୁ ସିଂହଦ୍ବାର ଚକଡ଼ାକୁ ନିଆଯାଉଛି

ପୁରୀ : ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପରେ ରବିବାର ତିନି ରଥରେ ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ଆଜି ମହାପ୍ରଭୁଙ୍କ ଗୋପାଳବଲ୍ଲଭ ଓ ସକାଳଧୂପ ସାଢ଼େ ୮ଟା ସୁଦ୍ଧା ଶେଷ ହୋଇଛି। ସକାଳ ୮ଟା ୪୫ରେ ରଥକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି। ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି ହେବ। ପରେ ତିନି ରଥକୁ ସିଂହଦ୍ବାର ଚକଡ଼ାକୁ ନିଆଯାଉଛି। ଏଣେ ଆଜିଠାରୁ ରଥଯାତ୍ରା ପାଇଁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗିବାକୁ ଯାଉଛି। ଆଜି ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ବଡ଼ଦାଣ୍ଡର ସମସ୍ତ ଦୋକାନବଜାର ବନ୍ଦ ରହିବ। ଏପରିକି ଔଷଧ ଦୋକାନ ଖୋଲିବା ଉପରେ ମଧ୍ୟ ପ୍ରଶାସନ ରୋକ୍‌ ଲଗାଇଛି। ସେହିପରି ଏହି ସମୟ ମଧ୍ୟରେ କୌଣସି ବାହାର ଲୋକ ସହର ଭିତରେ ପ୍ରବେଶ କରିପାରିବେ ନାହିଁ ବୋଲି ପ୍ରଶାସନ କଟକଣା ଲଗାଇଥିବା ବେଳେ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କର୍ଫ୍ୟୁ ସମୟରେ ସହରରେ ଜନସାଧାରଣଙ୍କ ଚଳପ୍ରଚଳ ଉପରେ ବି ରୋକ୍‌ ଲଗାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking