ଆଜି ଅଧରପଣା

ପୁରୀ : ଆଜି କର୍କଟ ୭ଦିନ ଆଷାଢ଼ ଶୁକ୍ଳ ତ୍ରୟୋଦଶୀରେ ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ନୀତି ନିର୍ଘଣ୍ଟ ଅନୁଯାୟୀ ଗୁରୁବାର ସକାଳ ୬ଟାରୁ ୬ଟା ୩୦ମିନିଟ ମଧ୍ୟରେ ତିନି ରଥରେ ମଙ୍ଗଳ ଆଳତି କରାଯିବ । ସକାଳ ୭ଟାରେ ମଇଲମ-ତଡ଼ପଲାଗି, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟାରୁ ୧୦ଟା ୩୦ମିନିଟ୍ ମଧ୍ୟରେ ଗୋପାଳବଲ୍ଲଭ, ୧୧ଟା ୩୦ରୁ ୧୨ଟା ୩୦ମିନିଟ୍ ମଧ୍ୟରେ ସକାଳଧୂପ, ଦିନ ୧ଟାରେ ପୁନଶ୍ଚ ମଇଲମ, ୧ଟା ୩୦ମିନିଟ୍‌ରେ ମହାସ୍ନାନ ଓ ସର୍ବାଙ୍ଗ, ୨ଟାରେ ବେଶ ଶେଷ ହେବ । ଅପରାହ୍ନ ୩ଟା ୩୦ରୁ ୪ଟା ୩୦ମିନିଟ୍ ମଧ୍ୟରେ ସମ୍ପନ୍ନ ହେବ ମଧ୍ୟାହ୍ନ ଧୂପ । ରାତି ୮ଟାରେ ତିନି ରଥର ଅଧର ନୀତି ଶେଷ ହେବ । ରାତି ୯ଟାରେ ଶେଷ ହେବ ମହାସ୍ନାନ । ୧୦ଟାରେ ମଇଲମ ଓ ବେଶ, ୧୦ଟା ୩୦ମିନିଟ୍‌ରେ ସନ୍ଧ୍ୟା ଆଳତି, ୧୧ଟାରୁ ୧୨ଟା ମଧ୍ୟରେ ସନ୍ଧ୍ୟା ଧୂପ, ୧୨ଟା ୩୦ମିନିଟ୍‌ରେ ମଇଲମ ଓ ଚନ୍ଦନଲାଗି, ରାତି ୧ଟାରେ ବଡ଼ ସିଂହାର ବେଶ, ୧ଟା ୩୦ମିନିଟ୍‌ରେ ବଡ଼ସିଂହାର ଭୋଗ ଓ ୨ଟାରେ ରାତ୍ରପହୁଡ଼ କରାଯିବ ବୋଲି ନୀତିନିର୍ଘଣ୍ଟରେ ସମୟ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here