31.1 C
Bhubaneswar
Friday, March 29, 2024
Homeଓଡିଶାବିଲେଇ ଶୁଝିଲା ମାଲିକ ଋଣ : ନାଗ କବଳରୁ ବଞ୍ଚାଇଲା ଜୀବନ

ବିଲେଇ ଶୁଝିଲା ମାଲିକ ଋଣ : ନାଗ କବଳରୁ ବଞ୍ଚାଇଲା ଜୀବନ

ଭୁବନେଶ୍ୱର:  ଗୃହପାଳିତ ପଶୁ ମାଲିକଙ୍କର କେତେ ବିଶ୍ୱସ୍ତ ହୋଇଥା’ନ୍ତି ତାହା ଏକ ପୋଷା ବିଲେଇ ପ୍ରମାଣିତ କରିଛି । ନିଶ୍ଚିତ ବିପଦରୁ ବିଲେଇଟି ମାଲିକଙ୍କ ପରିବାରକୁ ରକ୍ଷା କରି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରକାଶ  ଯେ ରାଜଧାନୀ ଭୁବନେଶ୍ୱରର ଭୀମଟାଙ୍ଗିରେ ରହୁଥିବା ସମ୍ପଦ କୁମାର ପରିଡ଼ାଙ୍କ ଘର ଭିତରକୁ ଏକ ୪ ଫୁଟ ଲମ୍ବର ନାଗ  ପଶିବା ପାଇଁ ଚେଷ୍ଟା କରୁଥିଲା । ଏହି ସମୟରେ ପୋଷା ବିଲେଇର ଦୃଷ୍ଟି ନାଗ ଉପରେ ପଡ଼ିଥିଲା । ବିଲେଇ ନାଗକୁ ବାଟ ଛାଡ଼ି ନଥିଲା । ନାଗଟି ବାଟ ଭାଙ୍ଗି ଅଲଗା ବାଟରେ ଯିବାକୁ ଉଦ୍ୟତ ହେଲା ବେଳକୁ ବିଲେଇ ତାର ସମ୍ମୁଖକୁ ଯାଇ ବାଟ ଓଗାଳିବାରେ ଲାଗିଥିଲା । ସାପ ଏବଂ ବିଲେଇ ଲଢେଇକୁ ଦେଖି ସମ୍ପଦ ବାବୁ ଭୟଭୀତ ହୋଇ ପଡ଼ିଥିଲେ ।

ଅନ୍ୟପଟେ ବିଲେଇକୁ ନାଗ ସାପ କାମୁଡ଼ିଲେ ତାର ମଧ୍ୟ ଜୀବନ ଯାଇପାରେ, ତେଣୁ ସମ୍ପଦ ବାବୁ ସ୍ନେକ ହେଲ୍ପ ଲାଇନକୁ ଉଦ୍ଧାର କରିବା ପାଇଁ ଅନୁରୋଧ କଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ କୁମାର ବରାଳ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ନାଗ ଫଣା ଟେକି ଠିଆ ହୋଇଥିବା ବେଳେ ବିଲେଇ ମଧ୍ୟ ତା’ ଦେହକୁ ଫୁଲେଇ ଠିଆ ହୋଇଥିଲା । ନିଜ ଜୀବନ ପ୍ରତି ବିପଦ ରହିଥିଲେ ମଧ୍ୟ ସାପଟିକୁ ଘର ଭିତରୁ ଯିବାକୁ ଦେଇନଥିଲା । ଉଭୟେ ପରସ୍ପରକୁ ଛକି ରହିଥିଲେ । ପ୍ରାୟ ୩୦ ମିନିଟ କାଳ ନାଗ ଓ ବିଲେଇ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିଲା । ତେବେ ଅରୁଣ ବିଲେଇକୁ ଆଡ଼େଇ ଦେଇ ନାଗ ସାପକୁ ଉଦ୍ଧାର କରି ପ୍ରାକୃତିକ  ବାସସ୍ଥଳୀରେ ଛାଡ଼ି ଦେଇଥିଲେ । ଏଣେ ପୋଷା ବିଲେଇ ବିଷଧର ନାଗ ସହ ଲଢ଼ି ଘର ଭିତରକୁ ବାଟ ଛାଡି ନ ଦେଇ ପରିବାର ଲୋକଙ୍କ ଜୀବନ ବଞ୍ଚାଇବା ପରିପ୍ରେକ୍ଷୀରେ  ବିଲେଇ ଠାରୁ ମଣିଷମାନେ ବିଶ୍ୱସ୍ତତାର ଶିକ୍ଷା ଲାଭ କରିବା ଉଚିତ ବୋଲି ସମ୍ପଦ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking