27.8 C
Bhubaneswar
Wednesday, April 17, 2024
Homeଦେଶ ବିଦେଶଭାରତ-ପାକ ସୀମାନ୍ତ ନିକଟରେ ଆତଙ୍କି ଆକ୍ରମଣ ପଣ୍ଡ : ୩ ଗିରଫ, ଟିଫିନ ବୋମା ଜବତ

ଭାରତ-ପାକ ସୀମାନ୍ତ ନିକଟରେ ଆତଙ୍କି ଆକ୍ରମଣ ପଣ୍ଡ : ୩ ଗିରଫ, ଟିଫିନ ବୋମା ଜବତ

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ସୀମାନ୍ତରେ ଆତଙ୍କି ଆକ୍ରମଣକୁ ପଞ୍ଜାବ ପୁଲିସ ପଣ୍ଡ କରିଦେଇଛନ୍ତି । ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଥିବାବେଳେ ଚାଷ ଜମିରେ ଲୁଚାଇ ରଖାଯାଇଥିବା ବିସ୍ଫୋରକ ବୋଝେଇ ଏକ ଟିଫିନ ବୋମା ଜବତ କରାଯାଇଛି । ଭାରତ-ପାକିସ୍ତାନ ସୀମାନ୍ତରେ ପଞ୍ଜାବର ଫିରୋଜପୁର ଜିଲାରେ ଏହି ଘଟଣା ଘଟିଛି । ଫିରୋଜପୁର ଜିଲାର ଅଲି କେ ଗ୍ରାମରୁ ବୁଧବାର ଦିନ ଏହି ଟିଫିନ ବୋମା ଜବତ କରାଯାଇଥିବା ପଞ୍ଜାବ ପୁଲିସ ପକ୍ଷରୁ କୁହାଯାଇଛି ।

ତାହା ପୂର୍ବରୁ ଜଲାଲାବାଦ ବିସ୍ଫୋରଣ ଘଟଣାରେ ସଂପୃକ୍ତ ଥିବା ସନେ୍ଦହରେ ପୁଲିସ ତିନିଜଣଙ୍କୁ ଗିରଫ କରି ସେମାନଙ୍କୁ ଜେରା କରୁଛି । ରାଜ୍ୟ ପୁଲିସ ମହାନିଦେ୍ର୍ଦଶକ ଇକବାଲ ପ୍ରୀତ ସିଂ ସାହୋଟା କହିଛନ୍ତି ଯେ ପଞ୍ଜାବର ପୁଲିସର ଅଧିକାରୀଙ୍କର ଏକ ଦଳ ଦୁଇଜଣଙ୍କୁ ଗିରଫ କରିଥିଲେ । ସେମାନେ ଜଲାଲାବାଦ ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ରଣଜିତ ସିଂ ଓହରଫ ଗୋରାକୁ ଆଶ୍ରୟ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ଏହି ଦୁଇଜଣ ହେଉଛନ୍ତି ଫିରୋଜପୁର ଜିଲା ଝୁଗେ ନିହଙ୍ଗ ୱାଲେ ଗ୍ରାମର ଜଶୱନ୍ତ ସିଂ ଓରଫ ଶିନ୍ଦା ବାବା ଏବଂ ଲୁଧିଆନା ଅନ୍ତର୍ଗତ ୱାଲିପୁର ଖୁର୍ଦର ବାସିନ୍ଦା ବଲୱନ୍ତ ସିଂ ।

ପୁଲିସ ଇତିମଧ୍ୟରେ ରଣଜିତ ସିଂକୁ ମଧ୍ୟ ଗିରଫ କରିସାରିଛି । ପୁଲିସ କହିବା ଅନୁଯାୟୀ ଏହି ତିନିଜଣଙ୍କ ମଧ୍ୟରୁ ଜଣେ ଚାଷ ଜମିରେ ଟିଫିନ ବୋମା ଲୁଚାଇ ରଖାଯାଇଥିବା ସୂଚନା ଦେବାପରେ ପୁଲିସ ସେଠାରୁ ଉକ୍ତ ବୋମା ସମେତ ଦୁଇଟି ପେନ ଡ୍ରାଇଭ, ନଗଦ ୧.୧୫ ଲକ୍ଷ ଟଙ୍କା ଆଦି ଜମତ କରିଛି । ସୂଚନାଯୋଗ୍ୟ ଯେ ଗତ କିଛିମାସ ମଧ୍ୟରେ ଅମୃତସର ଗ୍ରାମାଞ୍ଚଳ, କପୁରତାଲା, ଫଜିଲକା ଏବଂ ତରନ ତାରାନ ଆଦି ଅଞ୍ଚଳର ବିଭିନ୍ନ ସ୍ଥାନରୁ ଏକାଧିକ ଟିଫିନ ବୋମା ଜବତ କରାଯାଇସାରିଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking