26.1 C
Bhubaneswar
Friday, March 29, 2024
Homeଓଡିଶାନବ ବିବାହିତାର ଆତ୍ମହତ୍ୟାକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ବାପଘର

ନବ ବିବାହିତାର ଆତ୍ମହତ୍ୟାକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ବାପଘର

ଯାଜପୁର : ଯାଜପୁର ଜିଲ୍ଲାର ପାଣିକୋଇଲି ଥାନା କୁରୁପଦା ଗ୍ରାମରେ ଜଣେ ନବବିବାହିତା ବେକରେ ରଶି ଲଗାଇ ମୃତ୍ୟୁ ହୋଇଛି । ଏନେଇ ଶାଶୁଘର ଲୋକେ ଆତ୍ମହତ୍ୟା କରିଥିବାର କହୁଥିବାର ବେଳେ ବାପଘର ଲୋକେ ମହିଳାଙ୍କୁ ଶାଶୁଘର ଲୋକେ ମାରି ଦେଇଥିବାର ପାଣିକୋଇଲି ଥାନାରେ ଅଭିଯୋଗ କରିଛନ୍ତି । ତେବେ ପୁଲିସ୍ ମୃତ ମହିଳାଙ୍କ ସ୍ୱାମୀ, ଶଶୂର ଓ ଶାଶୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଅଭିଯୋଗ ମୁତାବକ, ଯଖପୁର ଥାନା ଟାପରାପଦା ଗ୍ରାମର ସନ୍ତୋଷ କୁମାର ପାଲଙ୍କ ସାନ ଝିଅ ହୀରାବତୀ ଗତ ଏପ୍ରିଲ ୧୪ ତାରିଖରେ ପାଣିକୋଇଲି ଥାନା କୁରୁପଦା ଗ୍ରାମର ବିଦ୍ୟାଧର ସାମଲଙ୍କ ପୁଅ ପ୍ରଭାତଙ୍କ ବୈଦିକ ରୀତିରେ ବିବାହ କରିଥିଲେ ।

ବିବାହ ପରେ ପ୍ରଭାତଙ୍କ ରୋଜଗାରକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିବା ବେଳେ ଅନେକ ଥର ସାହିପଡିଶାଙ୍କ ଦ୍ୱାରା ସମାଧାନ କରାଯାଇଥିଲା । ଆଜି ହିରାବତୀ ବେକରେ ରଶି ଲଗାଇ ନିଜ ଶୋଇବା ଘରେ ଆତ୍ମହତ୍ୟା କରିଥିବାର ଶାଶୁଘର ଲୋକେ ଫୋନକରି ହିରାବତୀଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ । ଅନ୍ୟପଟେ ପ୍ରଭାତଙ୍କ ପରିବାର ଲୋକେ କହିଛନ୍ତି ଯେ, ହିରାବତୀ ଖରାବେଳେ ଖାଇସାଇ ଶୋଇବାକୁ ଯାଇଥିବା ବେଳେ ଅପରାହ୍ଣ ପର୍ଯ୍ୟନ୍ତ କବାଟ ଖୋଲିନଥିଲେ । ପରେ କବାଟ ଭାଙ୍ଗି ଦେଖିବା ପରେ ସେ ଶୋଇବା ଘରର ଫ୍ୟାନରେ ଝୁଲୁଥିବାର ଦେଖିଥିଲେ । ତେବେ ପୁଲିସ୍ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଜାରି ରଖିଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking