29.1 C
Bhubaneswar
Sunday, May 19, 2024
Homeଓଡିଶାନାହିଁ ପାର୍ବଣ ବରାଦ, ମୁଣ୍ଡରେ ପଡ଼ିଛି ଚଡ଼କ

ନାହିଁ ପାର୍ବଣ ବରାଦ, ମୁଣ୍ଡରେ ପଡ଼ିଛି ଚଡ଼କ

ଭୁବନେଶ୍ୱର: ପବିତ୍ର ଷଷ୍ଠୀ ଅବସରରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ମା’ ଦୁର୍ଗା ବିଜେ କରିବେ । ଏଥିପାଇଁ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ôଚଛି । ଶକ୍ତିପୀଠ ଗୁଡ଼ିକରେ ମଧ୍ୟ ଯଥାରୀତି ମା’ଙ୍କ ନବରାତ୍ରୀ ପୂଜା ଚାଲିଛି । ତେବେ ବର୍ଷ ତମାମ ପାର୍ବଣକୁ ଅପେକ୍ଷା କରିରହିଥିବା ଅନେକ ବ୍ୟବସାୟୀ ତଥା କାରିଗରଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । କୌଣସି ବରାଦ ନଥିବାରୁ ସେମାନଙ୍କ ପରିବାର ଭରଣ ପୋଷଣ କଷ୍ଟକର ହୋଇପଡ଼ିଛି । ସମସ୍ତଙ୍କର ଅପେକ୍ଷା ଥାଏ, କେବେ ଆସିବ ପାର୍ବଣ ଋତୁ, ଆରମ୍ଭ ହେବ ରୋଜଗାର । ହେଲେ ମହାମାରୀ ଯୋଗୁଁ ପୂରା ହାତ ବାନ୍ଧି ବସିଛନ୍ତି ବ୍ୟାଣ୍ଡ ପାର୍ଟି କର୍ମଚାରୀ । ପାର୍ବଣ ଋତୁର ଗଣେଣ ପୂଜାଠୁ ଆରମ୍ଭ କରି ଗଜଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ବ୍ୟାଣ୍ଡ ବାଜା ବଜାଇ ଅପେକ୍ଷାକୃତ ଲାଭବାନ ହୋଇଥା’ନ୍ତି ।

ଦଶହରା ଏବଂ ଭସାଣି ବେଳେ ରୋଜଗାର କରି ଖୁସିରେ ପରିବାର ପ୍ରତିପୋଷଣ କରନ୍ତି ହେଲେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ସେମାନଙ୍କୁ କୌଣସି ବରାଦ ନାହିଁ ।  ଗତ ଦୁଇ ବର୍ଷ ହେବ କୌଣସି କାମ ମିଳୁନଥିବାରୁ ବ୍ୟାଣ୍ଡ ପାର୍ଟି କାମ କରୁଥିବା କର୍ମୀମାନେ  ଦିନ ମଜୁରିଆ କାମ କରିବା ପାଇଁ ବାଧ୍ୟ ହୋଇଛନ୍ତି । ସରକାରଙ୍କୁ ବାରମ୍ୱାର ଅନୁରୋଧ ପରେ ସରକାର ଅନୁମତି ଦେବାକୁ କହିଥିଲେ ସତ୍ତ୍ୱେ ଅନୁମତି ନଦେଇଥିବାର ଅଭିଯୋଗ କରିଛନ୍ତି । ତେବେ ଏମିତି ପରିସ୍ଥିତିରେ ଚିନ୍ତା ପ୍ରକଟ କରି ବାରମ୍ବାର ରାଜରାସ୍ତାକୁ ଓହ୍ଲାଇଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ବାଜା ସରଞ୍ଜାମ ଓ ଯନ୍ତ୍ରାଂଶ   ଧୂଳି ଧୂସର ହୋଇ ପଡିରହିଛି । ଉଭୟ ଜୀବନ ଓ ଜୀବିକା ଉପରେ ଗୁରୁତ୍ୱ ଦିଆଯାଉଥିବା କହୁଥିôବା ସରକାର କିଛି ଠୋସ୍ ପଦକ୍ଷେପ ନେବା ଜରୁରୀ ବୋଲି ଦାବି କରିଛନ୍ତି ବ୍ୟାଣ୍ଡପାର୍ଟି କର୍ମୀ । କେବଳ ବ୍ୟାଣ୍ଡପାର୍ଟି ନୁହେଁ ବରଂ ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ କଳାକାର ମଧ୍ୟ ଏକ ପ୍ରକାର ଜୀବିକା ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking