34.1 C
Bhubaneswar
Friday, March 29, 2024
Homeଓଡିଶାଭିଡ଼ କରି କୋଭିଡ ବିରୋଧରେ ଜନ ସଚେତନତା

ଭିଡ଼ କରି କୋଭିଡ ବିରୋଧରେ ଜନ ସଚେତନତା

କେନ୍ଦୁଝର: କରୋନା ସାରା ଦେଶରେ ମହାମାରୀର ରୂପ ନେଇ ସାରିଲାଣି। ଦିନକୁ ଦିନ ଏଥରେ ଆକ୍ରାନ୍ତ ହୋଇ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ଲକଡାଉନ, ସଟଡାଉନ ହଟାଇବା ପରେ ସରକାରଙ୍କ ପକ୍ଷରୁ ଏହି ମହାମାରୀରୁ ବଞ୍ଚିବା ପାଇଁ ଜନସଚେତନତା କରାଯାଉଛି । ରାଜ୍ୟରେ ବିଜୁ ଜନତା ଦଳ ମଧ୍ୟ ଜନ ସଚେତନତା ଅଭିଯାନ ଆରମ୍ଭ କରିଛି । ଏହି ଜନ ସଚେତନତା ନାଁ ରେ ଘର ଘର ବୁଲି ଦଳର କର୍ମୀମାନେ ମାସ୍କ ଓ ସାନିଟାଇଜର ବାଣ୍ଟୁଛନ୍ତି । ଆଜି ବିଜୁ ଯୁବ ଜନତା ଦଳ ପକ୍ଷରୁ ନୂତନ ଯୁବ ସଭାପତିଙ୍କ ନେତୃତ୍ୱରେ ସହରରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଜୁ ପଟ୍ଟନାୟକଙ୍କୁ ପୁଷ୍ପମାଲ୍ୟ ପରେ ଏକ ବିରାଟ ପଟୁଆରରେ ସହରର ସାତ ନମ୍ବର ୱାର୍ଡରେ ମାସ୍କ ବଣ୍ଟନ କରିଥିଲେ ଯୁବ ଜନତା ଦଳର ଶତାଧିକ କର୍ମୀ । କୋଭିଡ ବିରୋଧରେ ଜନ ସଚେତନତା ଅଭିଯାନରେ କୋଭିଡ ନିୟମକୁ ଭଙ୍ଗ କରିଥିଲେ ଦଳର ତୁଙ୍ଗ ନେତାମାନେ। ଯୁବ ସଭାପତିଙ୍କ ନେତୃତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ସାଂସଦ, ଚମ୍ପୁଆ ବିଧାୟିକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆଦି ମଧ୍ୟ ସାମିଲ ହୋଇ କୋବିଡ଼ ନିୟମ ଭଙ୍ଗ କରି ଜନ ସଚେତନତା ଅଭିଯାନ କରିଥିବା ଦେଖା ଦେଇଥିଲା । ପ୍ରଶାସନ ଓ ପୋଲିସ ସାଧାରଣ ଲୋକଙ୍କ ପାଇଁ କଡା ନିୟମ ଜାରି କରିଥିବା ବେଳେ ଜନସଚେତନତା ନାଁ ରେ ନିୟମ ଭାଙ୍ଗିବାକୁ ନେଇ କାର୍ଯ୍ୟଧାରା ପ୍ରତି ପ୍ରଶ୍ନବାଚି ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking