ସୁକିନ୍ଦା ଭବନରେ ବିଜେଡ଼ି ପକ୍ଷରୁ ‘ମୋ ପରିବାର’ ଜୀବନ ବିନ୍ଦୁ ଶିବିର

ଯାଜପୁର: ସୁକିନ୍ଦାରେନିର୍ବାଚନ ମଣ୍ଡଳୀ ସୁକିନ୍ଦା ଭବନ ଠାରେ ସୁକିନ୍ଦା ବିଜେଡ଼ି ପକ୍ଷରୁ ମୋ ପରିବାର ଜୀବନ ବିନ୍ଦୁ ଶିବିର ର ଅନୁଷ୍ଠିତ ହୋଇଛି । ଏହି ଶିବିର କୁ ବିଧାୟକ ଇ ପ୍ରିତିରଞ୍ଜନ ଘଡ଼ାଇ ଅନୁଷ୍ଠାନି ଭାଵ ରେ ଉଦଘାଟନ କରି ଥିଲେ । ସେ କହିଲେ ଯେ ରକ୍ତଦାନରେ କ୍ରାନ୍ତି ରକ୍ତ ପ୍ରଦାନକୁ ନିଜର ସାମାଜିକ ବ୍ରତ ଭାବେ ଆପଣାଇ ଶତାଧିକ ପୁରୁଷ-ମହିଳାରକ୍ତ ଦାନ ଶିବିରକୁ ଆସୁଛନ୍ତି। ନା ଅଛି କିଛି ପାଇବାର ଆଶା, ନା ରହିଛି ସ୍ୱାର୍ଥ; ତଥାପି ପ୍ରବଳ ବର୍ଷାରେ ଅପରିଚିତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ରକ୍ତ ଦେଉଛନ୍ତି ଅନେକ।
ରକ୍ତଦାନକୁ ନିଜର ସାମାଜିକ ଦାୟିତ୍ୱବୋଧ ଭାବେ ବିଚାର କରି ଅନ୍ୟର ଜୀବନ ରକ୍ଷା ପାଇଁ ଆଗେଇ ଆସୁଛନ୍ତି ସୁକିନ୍ଦା ଅଞ୍ଚଳର ଶତାଧିକ ଲୋକ। Corona ମହାମାରୀ ସମୟରେ ରକ୍ତର ଅଭାବ ଯେପରି ସୃଷ୍ଟି ନହୁଏ,ବିଜେଡ଼ି ପକ୍ଷରୁ ଜାରି ରହିଥିବା ସଚେତନତା ଅଭିଯାନକୁ ଆଗେଇ ନେଇଛନ୍ତି ସୁକିନ୍ଦା ବିଧାୟକ ରକ୍ତଦାନ କ୍ୟାମ୍ପ କୁ ସୁକିନ୍ଦା ଭବନରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରି ଉଦଘାଟନ କରିଥିଲେ ମାନ୍ୟବର ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ।

LEAVE A REPLY

Please enter your comment!
Please enter your name here