25.1 C
Bhubaneswar
Tuesday, March 18, 2025
Homeଓଡିଶାସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡା ସଂସଦ ତରଫରୁ ୨ଦିନିଆ...

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡା ସଂସଦ ତରଫରୁ ୨ଦିନିଆ ବାର୍ଷିକ ଉତ୍ସବର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦପକ୍ଷରୁଆୟୋଜିତ୨ଦିନିଆ ବାର୍ଷିକ ସାଂସ୍କୃତିକ ଉତ୍ସବ-୨୦୨୫ ରବୀନ୍ଦ୍ର ମଣ୍ଡପ ଠାରେ ଆଜିଠାରୁ ଆରମ୍ଭହୋଇଛି । କାର୍ଯ୍ୟକ୍ରମରଉଦଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥିଭାବେ  ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତମନୋଜଆହୁଜାଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗଦାନ ଅବସରରେ ଶ୍ରୀ ଆହୁଜାସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡା ସଂସଦରସମସ୍ତକର୍ମକତ୍ତାଓସଦସ୍ୟମାନଙ୍କୁଶୁଭେଚ୍ଛାଜଣାଇକହିଥିଲେଯେ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ଵପୂର୍ଣ୍ଣ ବିଭାଗ I ସରକାରଙ୍କ ବିଭିନ୍ନ କାର୍ଯ୍ୟନିୟମ, ସାଧାରଣ ସେବା ନିୟମ ଏବଂ ସର୍ତ୍ତାବଳୀ ଆଦି  ସଂପର୍କରେ ସରକାରୀ ବିଭାଗଗୁଡ଼ିକୁ ପରାମର୍ଶ ଦେବା ତଥା ପ୍ରଶାସନିକ ସଂସ୍କାରରେ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।ବ୍ୟସ୍ତବହୁଳଜୀବନଶୈଳୀମଧ୍ୟରେବିଭାଗର କର୍ମଚାରୀମାନେ ସଂସଦ ମାଧ୍ୟରେ ବିଭିନ୍ନସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ଆଦି କାର୍ଯ୍ୟକ୍ରମଆୟୋଜନକରୁଥିବାପ୍ରଶଂସନୀୟପଦକ୍ଷେପବୋଲିସେକହିଥିଲେ।ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଏବଂ ଅତିରିକ୍ତଶାସନସଚିବଶ୍ରୀମନୋଜକୁମାରମହାନ୍ତିଯୋଗଦେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଆୟୋଜନ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶାର ନାଟ୍ୟ ପରମ୍ପରା,ସାମାଜିକ ଓ ସାଂସ୍କୃତିକ ଐତିହ୍ୟକୁ  ବଜାୟ ରଖିବାରେ ଅନନ୍ୟ ପ୍ରୟାସ କରିଆସିଛି  ବୋଲି ପ୍ରକାଶ କରିଥିଲେ ।

ବିଭାଗର ସାଂସ୍କୃତିକ ଓ କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀ ଅମୀୟକୁମାରଦାସସ୍ୱାଗତଅଭିଭାଷଣଦେଇଥିବାବେଳେସାଧାରଣ ସମ୍ପାଦକ ଶ୍ରୀ ନୀଳକଣ୍ଠଶର୍ମାସଂସଦରବାର୍ଷିକବିବରଣୀପ୍ରଦାନକରିଥିଲେ।କ୍ରୀଡ଼ାସଚିବଶ୍ରୀଲୋକନାଥସାହୁସମସ୍ତଙ୍କୁ ଧନ୍ୟବାଦଅର୍ପଣକରିଥିଲେ । ସଭା ପରେ ପରେ ସଂସଦ ତରଫରୁ ସଂଗୀତ କାର୍ଯ୍ୟକ୍ରମ ଓ  ନାଟକ “ମାୟାବୀସହର” ପରିବେଷଣ କରାଯାଇଥିଲା । ନାଟ୍ୟକାର ତଥା ନିର୍ଦ୍ଦେଶକ ଶ୍ରୀ ମଳୟ ରାଉତଙ୍କ ନିର୍ଦ୍ଦେଶନାରେ ସଂସଦର କଳାକାରମାନଙ୍କ ଦ୍ୱାରା ଅନୁଷ୍ଠିତ ଏହି ନାଟକକୁ ଦର୍ଶକମାନେ ଉପସ୍ଥିତ ରହି ଉପଭୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking