29.1 C
Bhubaneswar
Sunday, May 19, 2024
Homeଅପରାଧବିହାରରେ ୧୧ ଜଣଙ୍କୁ ଗୁଳି କଲେ ସାଇକୋ କିଲର୍

ବିହାରରେ ୧୧ ଜଣଙ୍କୁ ଗୁଳି କଲେ ସାଇକୋ କିଲର୍

ପାଟନା: ବିହାରରେ ମାତିଛନ୍ତି ସାଇକୋ କିଲର୍‌ । ରାସ୍ତା ଉପରେ ଲୋକଙ୍କୁ ଆଖିବୁଜା ଗୁଳିମାଡ କରୁଛନ୍ତି । ବିହାର ବେଗୁସରାଇ ଜିଲ୍ଲାରେ ଦୁଇ ଜଣ ସାଇକୋ କିଲର୍ ଗତକାଲି ୧୧ ଜଣଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଗୁରୁତର ଅବସ୍ଥାରେ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଏହି କାଣ୍ଡ ଘଟିଛି । ବେଗୁସରାଇର ଚକିଆ ପୋଲିସ ଷ୍ଟେସନ ସ୍ଥିତ ଥର୍ମାଲ ଗେଟ୍ ନିକଟରେ ଦୁଇ ବନ୍ଧୁକଧାରୀ ଲୋକଙ୍କ ଉପରେ ଅତର୍କିତ ଗୁଳି ଚାଳନା କରିଛନ୍ତି । ବର୍ତ୍ତମାନ ଦୁଇ ଜଣଯାକ ଫେରାର୍ ଥିବାବେଳେ ପୋଲିସ ସେମାନଙ୍କୁ ଧରିବାକୁ ଖୋଜାଖୋଜି ଚଳାଇଛି ।

ସବୁଠୁ ବଡ କଥା ହେଉଛି, ମଙ୍ଗଳବାର ସନ୍ଧ୍ୟାରେ ୪୦ ମିନିଟ୍ ଭିତରେ ଦୁଇ ସାଇକୋ କିଲର୍ ଭିନ୍ନ ଭିନ୍ନ ସ୍ଥାନରେ ଏହି ଗୁଳିବର୍ଷା କରିଛନ୍ତି । କିନ୍ତୁ ପୋଲିସ୍ ଟିମ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିନାହିଁ । କୁହାଯାଉଛି ଯେ, ଦୁଇ ଅପରାଧୀ ଚାରୋଟି ଥାନା ଅଞ୍ଚଳରେ ଦୀର୍ଘ ୪୦ ମିନିଟ୍‌ରୁ ଅଧିକ ସମୟ ଧରି ଗୁଳିମାଡ କରିଥିଲେ । ଏହାପରେ ସେମାନେ ପାଟନା ଅଭିମୁଖେ ଚାଲିଯାଇଥିଲେ । ପ୍ରାପ୍ତ ସୂଚନା ମୁତାବକ, ଦୁଇ ବନ୍ଧୁକଧାରୀ ପ୍ରଥମେ ବଚୱାରା ଥାନା ଅନ୍ତର୍ଗତ ଗୋଥନା ଅଞ୍ଚଳରେ ଗୁଳିମାଡ କରିଥିଲେ । ସେମାନେ ଗୋଟିଏ ବାଇକ୍ ଯୋଗେ ଏଠାକୁ ଆସିଥିଲେ ଏବଂ ରାସ୍ତାରେ ଯାତାୟତ ଲୋକଙ୍କୁ ଉପରେ ଅଚାନକ ଗୁଳି ବର୍ଷଣ କରିଥିଲେ । ଏଠାରେ ତିନି ଜଣଙ୍କ ଦେହରେ ଗୁଳି ବାଜିଥିଲା ।

ଏହାପରେ ଦୁଇ କିଲର୍ ତେଗ୍ରା ଥାନା ଅଞ୍ଚଳ ଆଡକୁ ଚାଲି ଯାଇ ଜାତୀୟ ରାଜପଥ ଉପରେ ପୁଣି ଗୁଳି ଚାଳନା କରିଥିଲେ । ଏଥିରେ ଦୀପକ କୁମାର ଏବଂ ବିକାଶ କୁମାର ନାମକ ଦୁଇ ବ୍ୟକ୍ତିଙ୍କ ଦେହରେ ଗୁଳି ବାଜିଥିଲା । ଏହିପରି ଭାବେ ସେମାନେ ଚାରିଆଡେ ବୁଲି ବୁଲି ଲୋକଙ୍କୁ ଗୁଳି କରିଥିଲେ । ଯେଉଁଥିରେ ୧୧ ଜଣଙ୍କ ଦେହରେ ଗୁଳି ବାଜିଥିଲା ଏବଂ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ସମ୍ପର୍କରେ ବେଗୁସରାଇ ଏସପିଙ୍କ କହିଛନ୍ତି, ”ଦୁଇ ଜଣ ଏକ ବାଇକରେ ଆସି ଲୋକଙ୍କୁ ଉପରେ ଗୁଳି ଚାଳନା କରିଥିଲେ । ଦୁହେଁ ସାଇକୋ କିଲର୍ ପରି ଜଣାପଡୁଥିଲେ । ଏନେଇ ପୋଲିସ ମୁଖ୍ୟାଳୟ ସମେତ ସମସ୍ତ ଥାନାଗୁଡିକ ଆଲର୍ଟ ରହିଛନ୍ତି । ସେମାନଙ୍କୁ ଚାରିଆଡେ ଖୋଜାଖୋଜି କରାଯାଉଛି ।” ଦୁଇ କିଲର୍‌ଙ୍କୁ ଧରିବାକୁ ପୋଲିସ ଆଖପାଖ ଅଞ୍ଚଳର CCTV ଫୁଟେଜ ମଧ୍ୟ ଯାଞ୍ଚ କରୁଛି । ତେବେ ଏହି ଅପରାଧୀମାନେ ସମସ୍ତିପୁରର ବେଗୁସରାଇ ଆସିଥିବା ଏବଂ ଗୁଳିମାଡ କରି ପାଟନା ପଳାୟନ କରିଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking