20.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶପିଏସ୍‌ବିଲୋନ୍‌ଇନ୍‌୫୯ମିନିଟ୍‌!: ପିଏସ୍‌ବି ଗତ ତିନିବର୍ଷରେ ଦେଇଛନ୍ତି ୪୧,୨୬୯ କୋଟି

ପିଏସ୍‌ବିଲୋନ୍‌ଇନ୍‌୫୯ମିନିଟ୍‌!: ପିଏସ୍‌ବି ଗତ ତିନିବର୍ଷରେ ଦେଇଛନ୍ତି ୪୧,୨୬୯ କୋଟି

ନୂଆଦିଲ୍ଲୀ : ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ (ପିଏସ୍‌ବି)ଗୁଡ଼ିକ ଗ୍ରାହକଙ୍କୁ ସହଜ ତଥା ସରଳ ପ୍ରକ୍ରିୟାରେ ଋଣବଣ୍ଟନ କରିବା ଆରମ୍ଭ କରିଛନ୍ତି । ଆଉ ଗ୍ରାହକଙ୍କୁ ଋଣ ପାଇବା ନେଇ ଅଧିକ କଷ୍ଟ କରିବାକୁ ପଡ଼ୁନାହିଁ । ବ୍ୟାଙ୍କ୍‌ଗୁଡ଼ିକ ନିଜ ଦ୍ୱାର ସର୍ବଦା ଗ୍ରାହକଙ୍କ ପାଇଁ ଖୋଲା ରଖିଛନ୍ତି । ସୂଚନା ଅନୁସାରେ ଗତ ତିନିବର୍ଷରେ ଭାରତୀୟ ସରକାରୀ ବ୍ୟାଙ୍କ୍‌ଗୁଡ଼ିକ ଲୋନ୍‌ଇନ୍‌୫୯ମିନିଟ୍‌ସ ଜରିଆରେ ୪୧,୨୬୯ କୋଟି ଟଙ୍କାର ଋଣ ବଣ୍ଟନ କରିଛନ୍ତି । ୨୫, ସେପ୍ଟେମ୍ବର ୨୦୧୮ରୁ ୨୮, ଫେବୃଆରୀ ୨୦୨୨ ମଧ୍ୟରେ ପିଏସ୍‌ବିଗୁଡ଼ିକ ବିଜିନେସ୍ ତଥା ଖୁଚୁରା ଋଣ ଆକାରରେ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି । ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ବିଜିନେସ୍ ପ୍ରପୋଜାଲ୍ ଜରିଆରେ ୩୯,୫୮୦ କୋଟି ଓ ୧୭,୭୯୧ ପ୍ରପୋଜାଲ୍ ଜରିଆରେ ୧,୬୮୯  କୋଟିରୁ ଖୁଚୁରା ଋଣ ବଣ୍ଟନ କରାଯାଇଛି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ୍ କିଶାନ୍‌ରାଓ କାରାଡ୍ ଆଜି ରାଜ୍ୟସଭାରେ ଆଗତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେବା ଅବସରରେ ସୂଚନା ଦେଇଛନ୍ତି । ଅପରପକ୍ଷରେ ବ୍ୟାଙ୍କ୍‌ଗୁଡ଼ିକ ବିଗତ ୬ ଆର୍ଥିକ ବର୍ଷ ତଥା ଚଳିତ ଆର୍ଥିକ ବର୍ଷର ପ୍ରଥମ ଛମାସ ଅବଧିରେ ପାଖାପାଖି ୭.୩୪ ଲକ୍ଷ କୋଟି ରିକଭରୀ କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ଅନାଦେୟ ଋଣ ଯାହା ନନ୍ ପର୍‌ଫର୍ମିଂ ଆସେଟ୍ ଓ ଅଚଳ କରିଦିଆଯାଇଥିବା ଖାତାରେ ଅନାଦେୟ ଭାବେ ପଡ଼ି ରହିଥିôଲା । ଏଥିସହିତ ଗତ ୬ ଆର୍ଥିକବର୍ଷ ଓ ଚଳିତ ଆର୍ଥିକବର୍ଷର ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଠକେଇ ମାମଲାରେ ଫସିରହିଥିବା ୫୫,୮୯୫ କୋଟି ଟଙ୍କା ରିକଭରୀ କରାଯାଇଛି ବୋଲି ରାଷ୍ଟ୍ରମନ୍ତ୍ରୀ ସଂସଦକୁ ସୂଚନା ଦେଇଛନ୍ତି । ଠକେଇ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍‌ବିଆଇ) ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌୍‌୍‌୍‌ଗୁଡ଼ିକୁ ମାଷ୍ଟର୍ ନିର୍ଦ୍ଦେଶାବଳୀ ଜାରି କରିଥିଲା । ସରକାର ମଧ୍ୟ ବ୍ୟାଙ୍କ୍ ଠକେଇକୁ ରୋକିବା ପାଇଁ ବିସ୍ତୃତ ଭାବେ ଢାଞ୍ଚାଗତ ତଥା ପ୍ରଣାଳୀଗତ ସୁଧାରଜନିତ ପଦକ୍ଷେପ ନେଇଥିଲେ । ଏହି ସସସ୍ତ କଡ଼ା ପଦକ୍ଷେପ ସ୍ୱରୁପ ବ୍ୟାଙ୍କ୍ ଠକେଇ ମାମଲାରେ ଦ୍ରୁତ ହ୍ରାସ ଘଟିଥିଲା । ୨୦୧୫-୧୬ରେ ୬୮,୬୯୨ କୋଟି ଟଙ୍କାର ବ୍ୟାଙ୍କ୍‌୍ ଠକେଇ ହୋଇଥିବା ବେଳେ ୨୦୨୦-୨୧ ବେଳକୁ ଏହା ୧୧,୫୮୩ କୋଟିକୁ ହ୍ରାସ ଘଟିଥିଲା । ଏହାବ୍ୟତୀତ ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍‌-ଡିସେମ୍ବର ଅବଧିରେ ଏହା ୬୪୮ କୋଟିକୁ ହ୍ରାସ ଘଟିଛି ବୋଲି ସେ ସଂସଦକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking