29.1 C
Bhubaneswar
Saturday, April 27, 2024
Homeଅପରାଧପିଏସ ବିରଞ୍ଚି ସାହୁ ସସପେଣ୍ଡ

ପିଏସ ବିରଞ୍ଚି ସାହୁ ସସପେଣ୍ଡ

ଭୁବନେଶ୍ୱର: ଓଏସଏସସି ସଦସ୍ୟଙ୍କ ପିଏସ ବିରଂଚି ନାରାୟଣ ସାହୁ ନିଲମ୍ବିତ ହୋଇଛନ୍ତି । ବିରଂଚିଙ୍କୁ ନିଲମ୍ବନ କରିଛନ୍ତି ଓଡିଶା ଷ୍ଟାଫ ସିଲେକ୍ସନ କମିଶନ । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରାଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ସେ ଗିରଫ ହୋଇଛନ୍ତି । ତାଙ୍କ ନିକଟରୁ ସାଢେ ୩ କୋଟିର ସଂପତ୍ତି ଭିଜିଲାନ୍ସ ଠାବ କରିଛି । ଦୁଇଦିନ ପୂର୍ବରୁ ଗିରଫ ହୋଇଥିଲେ କୋଟିପତି ପିଏସ ବିରଞ୍ଚି ସାହୁ । ପିଏସଙ୍କ ଘରୁ ଓ ସମ୍ପର୍କୀୟଙ୍କ ଘରୁ ପୁଳାପୁଳା ଟଙ୍କା, ସୁନା, ଜମି ଓ ବ୍ୟାଙ୍କ ଆକାଉଂଟରେ ଥିବା ଜମା ରାଶି ଜବତ ହୋଇଥିଲା । ଅଭିଯୁକ୍ତ ପିଏସଙ୍କ ଘରୁ ଭିଜିଲାନ୍ସ ବିଭାଗ  ଆଡମିଟ କାର୍ଡ ଓ ଅନ୍ୟ କାଗଜ ପତ୍ର ଜବତ କରିଥିଲା। 2 ଡବଲ୍ ମହଲା କୋଠା, 9 ଟି ପ୍ଲଟ୍ ଏପର୍ଯ୍ୟନ୍ତ ଖୋଳା ଯାଇଛି । ବିରଞ୍ଚି ସାହୁଙ୍କ ଶଳାଙ୍କ ଘରୁ 13 ଲକ୍ଷ ଟଙ୍କା ଜବତ କରାଯାଇଛି । ତାଙ୍କ ଘରୁ ବିପୁଳ ନଗଦ ଟଙ୍କା ମଧ୍ୟ ଉଦ୍ଧାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking