29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଦିଲ୍ଲୀ ସମେତ ଏହି ସହରରେ ୫୦ ହଜାର ପାର୍ କଲା ସୁନା ଦର

ଦିଲ୍ଲୀ ସମେତ ଏହି ସହରରେ ୫୦ ହଜାର ପାର୍ କଲା ସୁନା ଦର

ନୂଆଦିଲ୍ଲୀ: ଗତ ସପ୍ତାହରେ ମାନ୍ଦା ଥିବା ସୁନା ବଜାରରେ ଶେଷରେ ଶୁକ୍ରବାର ଅର୍ଥାତ ୩୦ ଜୁଲାଇରେ ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି । ୟୁଏସ  ଫେଡରାଲ ମିଟିଂ ଚାଲିଥିବାରୁ ନିବେଶକ କିଛି ସତର୍କତା ଅବଲମ୍ବନ କରୁଥିବା ପରିଲକ୍ଷିତ ହୋଇଥିଲା । ହେଲେ ଏବେ ପୁଣି ସୁନା ମୂଲ୍ୟରେ ବୃଦ୍ଧି ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ମହଙ୍ଗା ପାଇଁ ଘରୋଇ ବଜାରରେ ବି ବୃଦ୍ଧି ହୋଇଚି । ବର୍ତମାନ ଦିଲ୍ଲୀ ଓ କଲିକତାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୫୦ ହଜାର ଉପରେ ପହଂଚିଛି । ସେହିଭଳି ମୁମ୍ବାଇ ଓ ଚେନ୍ନାଇରେ ବି ସୁନା ଦର ଏହି ସ୍ତରରେ ରହିଛି ।  ଶୁକ୍ରବାର ସୁଦ୍ଧା ଦିଲ୍ଲୀ ସରାରଫା ବଜାରରେ ସୁନା ୨୯୪ ବୃଦ୍ଧି ସହ ୪୭୪୪୨ଟଙ୍କା ୧୦ ଗ୍ରାମ ପିଛା ବନ୍ଦ ହୋଇଥିଲା । ପୂର୍ବରୁ ଏହା ୧୦ ଗ୍ରାମ ପିଛା ୪୭୧୪୮ ଟଙ୍କା ହୋଇଛି । ତେବେ ଚାନ୍ଦି ଦରରେ ଏହା ହ୍ରାସ ପାଇଛି । ୧୭୦ ଟଙ୍କା ହ୍ରାସ ପାଇ ୬୬୨୭୪ କିଲୋଗ୍ରାମ ପ୍ରତି ରହିଛି । ପୂର୍ବରୁ ଏହା ୬୪୪୪୪ ଥିଲା ।

ଦିଲ୍ଲୀରେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୭୧୪୦ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୫୧୪୩୦  ରହିଛି । ମୁମ୍ବାଇରେ ୨୨ କ୍ୟାରେଟ ସୁନା ୪୭୩୮୦ ଓ ୨୪ କ୍ୟାରେଟ ସୁନା ୪୮୩୮୦ରେ ଚାଲିଛି ।  କଲିକତାରେ ୨୨ କ୍ୟାରେଟ ସୁନା ୪୭୫୫୦ ଟଙ୍କା ରହିଛି । ସେହିଭଳି ୨୪ କ୍ୟାରେଟ ସୁନା ୫୦୨୫୦ ଟଙ୍କା ରହିଛି । ଚେନ୍ନାଇରେ ସୁନା ଦର ୪୫୪୭୦ ଓ ୨୪ କ୍ୟାରେଟ ସୁନା ୪୯୬୧୦ ରହିଛି । ଲଖନଉରେ ବି ୨୪ କ୍ୟାରେଟ ସୁନା ୫୧ ହଜାର ପାର୍ କରିଛି । ସେଠାରେ ୧୦ ଗ୍ରାମ ସୁନା ଦର ୫୧୪୩୦ ରହିଛି ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୭୧୪୦ ରହିଛି । ସେହିଭଳି ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୭୪୨୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୯୩୮୦ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking