39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଚଳିତ ମାସ ଦେଶରେ କରୋନାର ତୃତୀୟ ଲହର

ଚଳିତ ମାସ ଦେଶରେ କରୋନାର ତୃତୀୟ ଲହର

ନୂଆଦିଲ୍ଲୀ : ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ଦେଶ ଧିରେ ଧିରେ ଅନଲକ ହୋଇଛି । କିନ୍ତୁ ଚିନ୍ତା ବଢ଼ାଇବାରେ ଲାଗିଛି ତୃତୀୟ ଲହର । ବିଶେଷଜ୍ଞଙ୍କ ମତ ଅନୁଯାୟୀ ଚଳିତ ମାସରେ କୋଭିଡର ତୃତୀୟ ଲହର ଆରମ୍ଭ ହେବ। ଅକ୍ଟୋବରରେ ଏହା ପିକ୍ ହେବ। ଏହି ସମୟରେ ପ୍ରତିଦିନ ୧ଲକ୍ଷରୁ କମ୍ ଲୋକ ସଂକ୍ରମିତ ହୋଇପାରନ୍ତି  ଏବଂ ସର୍ବାଧିକ ୧ ଲକ୍ଷ ୫୦ ହଜାର ଲୋକ ସଂକ୍ରମିତ ହୋଇପାରନ୍ତି। ଏଭଳି ଏକ ସମ୍ଭାବ୍ୟ ରିପୋର୍ଟ ଜାରି କରିଛନ୍ତି ଆଇଆଇଟି ହାଇଦ୍ରାବାଦର ପ୍ରଫେସର ମଥୁକୁମାଲି ବିଦ୍ୟାସାଗର ଏବଂ ଆଇଆଇଟି କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ୱାଲ ଏହି ଆକଳନ କରିଛନ୍ତି ।

ସୂଚନା ଅନୁଯାୟୀ, ଦେଶରେ କରୋନାର ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ମତ ରଖୁଥିବା ବେଳେ, ଏହା କେବେ ଆସିବ ତାକୁ ନେଇ ଭିନ୍ନ ଭିନ୍ନ ମତ ସାମ୍ନାକୁ ସାମ୍ନାକୁ ଆସୁଛି । ଦେଶରେ ଦ୍ୱିତୀୟ ଲହରର ପ୍ରଭାବକୁ ନେଇ ଆଇଆଇଟି କାନପୁର ଓ ହାଇଦ୍ରାବାଦର ଏହି ଆକଳନ ବ୍ଲୁମବର୍ଗ ରିପୋର୍ଟରେ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଚଳିତ ମାସରେ ଦେଶରେ ଆସିବ କରୋନାର ତୃତୀୟ ଲହର । ଏବଂ ଅକ୍ଟୋବର ବେଳକୁ ଏହା ପିକ୍ ହେବ ବା ଶୀର୍ଷ ଛୁଇଁବ । କିନ୍ତୁ ଦ୍ୱିତୀୟ ଲହର ତୁଳନାରେ ଏହାର ପ୍ରଭାବ କମ ରହିବ ବୋଲି ଆକଳନ କରାଯାଇଛି । ତୃତୀୟ ଲହର ଶୀର୍ଷ ଛୁଇଁଲା ବେଳକୁ ୧ଲକ୍ଷ ଦୈନିକ ସଂକ୍ରମଣ ହୋଇପାରେ । ପରିସ୍ଥିତି ଅଧିକ ଜଟିଳ ହେଲେ ଦୈନିକ ସଂକ୍ରମଣ ଦେଢ ଲକ୍ଷ ଛୁଇଁପାରେ ବୋଲି ଆକଳନ କରାଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking