40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଚକୋଲେଟ ପ୍ରଡକ୍ସନ ଉପରେ ରୋକ

ଚକୋଲେଟ ପ୍ରଡକ୍ସନ ଉପରେ ରୋକ

ନୂଆଦିଲ୍ଲୀ: ଚକୋଲେଟ ପ୍ଲାଣ୍ଟରୁ ମିଳିଛି ଏକ ଭୟଙ୍କର ବ୍ୟାକ୍ଟେରିଆ । ଏ ନେଇ କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । ଏହା ବ୍ୟତୀତ କାରଖାନାରେ ପ୍ରଡକ୍ସନ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଥିବା କହିଛନ୍ତି ଏକ ଚକୋଲେଟ କମ୍ପାନୀର ପ୍ରବକ୍ତା । ତେବେ ଚକୋଲେଟରୁ ବ୍ୟାକ୍ଟେରିଆ ମିଳିବା ଘଟଣା ଜଣା ପଡିବା ପରେ ସବୁଆଡେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି ।

ସୂଚନା ଅନୁସାରେ, ବେଲଜିୟମରେ ଦୁନିଆର ସର୍ବବୃହତ ଚକୋଲେଟ ପ୍ଲାଣ୍ଟରେ ସାଲମୋନେଲା ନାମକ ଏକ ଭୟଙ୍କର ବ୍ୟାକ୍ଟେରିଆ ମିଳିଛି । ଯାହାକୁ ନେଇ କମ୍ପାନୀରେ ପ୍ରଡକ୍ସନ ବନ୍ଦ କରାଯାଇଛି । ଏ ନେଇ ବେରୀ କାଲେବାଉଟ କମ୍ପାନୀର ପ୍ରବକ୍ତା ସୂଚନା ଦେଇଛନ୍ତି । କନଲ ୱାରଲୋପ କହିଛନ୍ତି ଯେ, ପ୍ଲାଣ୍ଟରେ ସମସ୍ତ ଉତ୍ପାଦ କରିବା ପରେ ଏସବୁ ବ୍ଲକ କରି ଦିଆଯାଇଛି । ଏପରିକି ପ୍ରଡକ୍ଟସ କିଣିଥିବା ସମସ୍ତ ଗ୍ରାହକଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା ଜାରି ରଖିଛି କମ୍ପାନୀ ।ଏହି ବ୍ୟାକ୍ଟେରିଆ ଦ୍ୱାରା ସାଲମୋନେଲୋସିସ ସଂକ୍ରମଣ ହୋଇଥାଏ । ଏହି ଭାଇରସ ପଶୁପକ୍ଷୀଙ୍କ ଦେହରେ ମଧ୍ୟ ମିଳିଥାଏ । ତେବେ ଏହି ବ୍ୟାକ୍ଟେରିଆ ପ୍ରାୟତଃ ପଶୁପକ୍ଷୀଙ୍କ ମଳରୁ ଦୂଷିତ ଖାଦ୍ୟପଦାର୍ଥ ଖାଇବା ଦ୍ୱାରା ମଣିଷ ଦେହକୁ ମଧ୍ୟ ବ୍ୟାପିଥାଏ । ତେବେ ସଂଯୁକ୍ତ ରାଜ୍ୟ ଆମେରିକାରେ ପ୍ରତି ବର୍ଷ ପ୍ରାୟ ୪୦ ହଜାର ସାଲମୋନେଲୋସିସ ମାମଲା ସାମନାକୁ ଆସିଥାଏ ।

ଦୂଷିତ ଚିହ୍ନଟ ହୋଇଥିବା ଅଧିକାଂଶ ପ୍ରଡକ୍ଟ ପ୍ଲାଣ୍ଟେରେ ଥିବା ନେଇ ପ୍ରବକ୍ତା ସୂଚନା ଦେଇଛନ୍ତି । ଏହାପରେ ମଧ୍ୟ ସମସ୍ତ ବିକ୍ରେତାଙ୍କୁ ସମ୍ପର୍କ କରି ୨୫ ଜୁନ ପରେ ପ୍ରସ୍ତୁତ ହୋଇଥିବା କୌଣସି ପ୍ରଡକ୍ଟକୁ ନ ବିକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ବେଲଜିୟମ ଫୁଡ ସେଫ୍ଟି ଏଜେନ୍ସିକୁ ମଧ୍ୟ ଏ ନେଇ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking