28.9 C
Bhubaneswar
Sunday, June 7, 2026
Homeଓଡିଶା୨୭ରେ ଆସିବେ ପ୍ରଧାନମନ୍ତ୍ରୀ: ସଭାସ୍ଥଳରେ ପହଞ୍ଚି ପୁଲିସ ମହାନିର୍ଦ୍ଦେଶକଙ୍କ ସମୀକ୍ଷା

୨୭ରେ ଆସିବେ ପ୍ରଧାନମନ୍ତ୍ରୀ: ସଭାସ୍ଥଳରେ ପହଞ୍ଚି ପୁଲିସ ମହାନିର୍ଦ୍ଦେଶକଙ୍କ ସମୀକ୍ଷା

ଝାରସୁଗୁଡା: ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡା ଆସୁଛନ୍ତି । ଅମଲୀପାଲିସ୍ଥିତ ପଡିଆରେ ଆୟୋଜିତ ସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। ଏନେଇ ପୂର୍ବରୁ ଗୁରୁବାର ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ସଭାସ୍ଥଳରେ ପହଞ୍ଚି ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷା କରିଛନ୍ତି। ବିମାନ ବନ୍ଦରରୁ ନେଇ ସଭାସ୍ଥଳ ଯାଏଁ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ ଏସବୁ ସ୍ଥିତି ପରଖି ସମୀକ୍ଷା କରିଛନ୍ତି ।ସମୀକ୍ଷା ବେଳେ ଏଡିଜି ଆଇନ ଶୃଙ୍ଖଳା ସନ୍ତୋଷ ବାର୍ଲା, ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ଝାରସୁଗୁଡା ଏସପି ଜି ଆର ରାଘବେନ୍ଦ୍ର, ବରଗଡ଼ ଏସପି ପ୍ରହଲ୍ଲାଦ ସହାୟ ମୀନା, ସୋନପୁର ଏସପି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking