29.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀ : ମଣିପୁରର ଲୋକଙ୍କ ସହ ଦେଶ ଅଛି

ପ୍ରଧାନମନ୍ତ୍ରୀ : ମଣିପୁରର ଲୋକଙ୍କ ସହ ଦେଶ ଅଛି

ବ୍ୟୁରୋ: ଆଜି ଦେଶ ୭୭ ତମ ଦିବସ ପାଳନ କରୁଛି । ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଲାଲ୍‌କିଲ୍ଲାର ପ୍ରାଚୀରରୁ କ୍ରମାଗତ ଦଶମ ଥର ତ୍ରିରଙ୍ଗା ଉଡ଼ାଇଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ଲାଲ୍‌କିଲ୍ଲାରୁ  ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମଣିପୁର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି କିଛି ଦିନ ହେଲା ମଣିପୁର ହିଂସା ମୋତେ ବୋହୁତ ବ୍ୟଥିତ କରିଛି । ଏଥିସହ ଏହା ଭିତରେ ମଣିପୁରରେ ଶାନ୍ତି ଫେରିବା ମଧ୍ୟ ଆଶ୍ୱସ୍ତ ମତେ କରିଛି ।

ମଣିପୁର ହିଂସାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ମା ଏବଂ ଝିଅଙ୍କ ସମ୍ମାନ ସହିତ ଏକ ବିଶୃଙ୍ଖଳା ହୋଇଛି, କିନ୍ତୁ ଗତ କିଛି ଦିନ ହେବ ଶାନ୍ତି ସମ୍ପର୍କରେ ଖବର ଆସିଛି । ମଣିପୁରର ଲୋକଙ୍କ ସହ ଦେଶ ଅଛି । ସେପଟେ ଲାଲକିଲାରେ ସମଗ୍ର ବିଶ୍ୱରୁ ୧୮ଶହ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସ୍ୱାଧୀନତା ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଲାଲ୍‌କିଲ୍ଲା ଆଖପାଖରେ ୧୦ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।

ଏହାସହ ୧ହଜାର କ୍ୟାମେରା, ଆଂଟି-ଡ୍ରୋନ୍ ସିଷ୍ଟମ ଲଗାଯାଇଛି । ଛୋଟ ଛୋଟ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ ଆଶଙ୍କା ଥିବାରୁ ଏହାର ମୁକାବିଲା କରିବାକୁ ଡିଆରଡିଓ ପକ୍ଷରୁ ବିକଶିତ କାଉଂଟର ଡ୍ରୋନ ସିଷ୍ଟମକୁ ଲାଲକିଲ୍ଲା ନିକଟରେ ମୁତୟନ କରାଯାଇଛି । ପ୍ରଧାନମନ୍ତ୍ରୀ ଓ ଅନ୍ୟ ଭିଭିଆଇପି ଅତିଥିଙ୍କ ସୁରକ୍ଷା ପାଇଁ ସ୍ନାଇପର୍ସ, ସ୍ୱତନ୍ତ୍ର ସ୍ୱାଟ୍ କମାଣ୍ଡୋ ଓ ଶାର୍ପଶୁଟର ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking