31.1 C
Bhubaneswar
Friday, September 13, 2024
Homeଦେଶ ବିଦେଶଭିନେଶ ଫୋଗଟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାନ୍ତ୍ୱନା

ଭିନେଶ ଫୋଗଟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାନ୍ତ୍ୱନା

ନୂଆଦିଲ୍ଲୀ : ଅଲିମ୍ପିକ୍ସରେ ଭାରତ ହାତ ଛଡା କରିଛି ଆଉ ଏକ ନିଶ୍ଚିତ ପଦକ । କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଙ୍କୁ ଲାଗିଛି ବଡ ଝଟକା । ଧାର୍ୟ୍ୟ ସୀମାଠାରୁ ସେ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଯାହାଫଳରେ  ବିନା ମେଡାଲରେ ସ୍ୱଦେଶ ଫେରିବେ ଭିନେଶ ଫୋଗଟ  ।  ଏହାରି ଭିତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିନେଶଙ୍କୁ ପ୍ରବୋଧନା ଦେଇଛନ୍ତି । ଏନେଇ ମୋଦୀ ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ଭିନେଶ, ତୁମେ ଚାମ୍ପିଅନ ଭିତରେ ଚାମ୍ପିଅନ । ତୁମେ ଭାରତ ପାଇଁ ଗର୍ବ । ତୁମେ ପ୍ରତି ଭାରତୀୟଙ୍କ ପାଇଁ ପ୍ରେରଣା । ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କର । ଆମେ ସମସ୍ତେ ତୁମ ସହ ଅଛୁ ।
ପ୍ରକାଶ ଯେ ଭିନେଶ ଫୋଗଟ ଡିସକ୍ୱାଲିଫାଏଡ ଘୋଷିତ ହୋଇଛନ୍ତି । ଧାର୍ଯ୍ୟ ଠାରୁ ଅଧିକ ଓଜନ ହେବାରୁ ସେ ଡିସକ୍ୱାଲିଫାଏଡ ଘୋଷିତ ହୋଇଛନ୍ତି । ୫୦ କେଜି ଠାରୁ ଭିନେଶ ସାମାନ୍ୟ ଅଧିକ ଓଜନର ହୋଇଥିବା ସୂଚନା ମିଳିଛି । ୫୦ କେଜି ଠାରୁ ମାତ୍ର କିଛି ଗ୍ରାମ ଅଧିକ ଓଜନ ହୋଇଥିବା ସୂଚନା ମିଳିଛି । ୫୦କେଜି ମହିଳା କୁସ୍ତିବର୍ଗରେ ଭିନେଶ ଗତକାଲି ଫାଇନାଲକୁ ଯାଇଥିଲେ । ଆଜି ରାତିରେ ଭିନେଶଙ୍କ ପାଇନାଲ ମୁକାବିଲା ହେବାର ଥିଲା ।  ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ମହିଳା କୁସ୍ତି ଭାବେ ଫାଇନାଲକୁ ଯାଇଥିଲେ ବିନେଶ ଫୋଗଟ୍ । ସେମିଫାଇନାଲ ମ୍ୟାଚରେ କ୍ୟୁବାର ପ୍ରତିଦ୍ୱନ୍ଦ୍ୱିଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ ଫୋଗଟ୍ । ୫୦ କିଲୋଗ୍ରାମ ବର୍ଗରେ ୫-୦ରେ ବଡ଼ ବିଜୟ ହାସଲ କରିଥିଲେ ବିନେଶ ।ଏହି ବିଜୟ ପରେ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ପକ୍କା ହୋଇଥିଲା । ପୂର୍ବରୁ କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିବାଚଙ୍କୁ ୭-୫ରେ ପରାସ୍ତ କରିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ଭିନେଶ ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା । ବିଶ୍ୱ କୁସ୍ତି ଚାମ୍ପିଅନସିପରେ ସେ ଅନେକ ପଦକ ଜିତିଛନ୍ତି। ଫୋଗାଟ୍ ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ୨୦୧୯ରେ ଲରିୟସ୍ ବିଶ୍ୱ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ତେଣୁ ଚଳିତ ଅଲିମ୍ପିକ୍ସରେ ବିନେଶଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା ରଖିଥିଲା ଦେଶ । ଅଲିମ୍ପିକ୍ସରେ ଭାରତ ହାତ ଛଡା କରିଛି ଆଉ ଏକ ନିଶ୍ଚିତ ପଦକ । କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଲାଗିଛି ବଡ ଝଟକା । ଧାର୍ୟ୍ୟ ସୀମାଠାରୁ ସେ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଯାହାଫଳରେ  ବିନା ମେଡାଲରେ ସ୍ୱଦେଶ ଫେରିବେ ବିନେଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking