29.1 C
Bhubaneswar
Saturday, July 27, 2024
Homeଓଡିଶାପୌର ନିର୍ବାଚନ ପ୍ରସ୍ତୁତି, ୧୫ ଜିଲ୍ଲାକୁ ଗଲା ଇଭିଏମ

ପୌର ନିର୍ବାଚନ ପ୍ରସ୍ତୁତି, ୧୫ ଜିଲ୍ଲାକୁ ଗଲା ଇଭିଏମ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପରେ ହୋଇପାରେ ପୌର ନିର୍ବାଚନ । ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ନିର୍ବାଚନ କମିଶନ । ଆସନ୍ତା ମାର୍ଚ୍ଚ ୧୧ରେ ପଞ୍ଚାୟତ ସମିତି ସ୍ତରୀୟ ନିର୍ବାଚିତ ପ୍ରତିନିଧି ଏବଂ ମାର୍ଚ୍ଚ ୧୨ରେ ଜିଲ୍ଲା ପରିଷଦ ସଦସ୍ୟମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି । ସେ ନେଇ ଏହା ପୂର୍ବରୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ହେବ ।

ଏହା ପରେ ଏବେ ପୌର ନିର୍ବାଚନ କରାଇବାକୁ ନିର୍ବାଚନ କମିଶନ ପ୍ରସ୍ତୁତ ଆରମ୍ଭ କରିଛନ୍ତି । ଜିଲ୍ଲାଗୁଡିକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଇଭିଏମ ଓ ଅନ୍ୟାନ୍ୟ ନିର୍ବାଚନ ଉପକରଣ ପଠେଇବା ଆରମ୍ଭ ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ୧୫ ଟି ଜିଲ୍ଲାକୁ ଇଭିଏମ ମେସିନ ପଠାଯାଇଛି । ଗତକାଲି ୫ଟି ଜିଲ୍ଲାକୁ ଯାଇଛି ଇଭିଏମ । ରାଜ୍ୟରେ ୧୦୫ ପୌରାଞ୍ଚଳରେ ନିର୍ବାଚନ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking