32.1 C
Bhubaneswar
Friday, May 3, 2024
Homeଓଡିଶାଓମ୍ରିକନ ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ଲକ

ଓମ୍ରିକନ ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ଲକ

ଭୁବନେଶ୍ୱର: ଓମ୍ରିକନ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ପ୍ରସ୍ତୁତି ସଂପର୍କରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ସୂଚନା ପ୍ରଦାନ କରି କହିଛନ୍ତି, ଓମ୍ରିକନ ପଜିଟିଭଙ୍କ ପାଇଁ ହୋମ ଆଇସୋଲେସନ ବ୍ୟବସ୍ଥା ନାହିଁ । ଓମ୍ରିକନ ପଜିଟିଭ ଚିହ୍ନଟଙ୍କ ପାଇଁ ହସ୍ପିଟାଲରେ କରାଯିବ ସ୍ୱତନ୍ତ୍ର ବ୍ଲକ । ଓମ୍ରିକନ ପଜିଟିଭ ଅନ୍ୟ ରୋଗୀ ସଂସ୍ପର୍ଶରେ ନଆସିବାକୁ ବ୍ୟବସ୍ଥା କରାଯିବ । ବାହାର ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯାଇଛି । ଓମ୍ରିକନ ଭାରିଆଣ୍ଟ ଡେଲଟା ଠାରୁ ଅଧିକ ୫ ଗୁଣା ସଂକ୍ରମଣ କରୁଛି । ଏହା ଉପରେ ଭ୍ୟାକ୍ସିନର କଣ ପ୍ରଭାବ ରହିବ ତର୍ଜମା କରାଯାଉଛି ।

ସୂଚନାଯୋଗ୍ୟ , ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୨୬ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୪ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧ ଜଣ, ବାଲେଶ୍ବରରୁ ୧ ଜଣ, ଭଦ୍ରକରୁ ୧ ଜଣ, ବୌଦ୍ଧରୁ ୧ ଜଣ, କଟକରୁ ୧୨ ଜଣ, ଦେବଗଡ଼ରୁ ୬ ଜଣ, ଢେଙ୍କାନାଳରୁ ୪ ଜଣ, ଗଜପତିରୁ ୩ ଜଣ, ଜଗତସିଂହପୁରରୁ ୧ ଜଣ, ଯାଜପୁରରୁ ୯ ଜଣ, କେନ୍ଦ୍ରାପଡ଼ାରୁ ୧ ଜଣ, ଖୋର୍ଦ୍ଧାରୁ ୮୪ ଜଣ, ମୟୂରଭଞ୍ଜରୁ ୧ ଜଣ, ପୁରୀରୁ ୧ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ୱଲପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୧୫ ଜଣ ଓ ଷ୍ଟେଟ ପୁଲରୁ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୫୨ହଜାର ୩୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୧ ହଜାର ୮୩୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧ ହଜାର ୯୮୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking