31.1 C
Bhubaneswar
Friday, September 4, 2026
Homeଓଡିଶାପ୍ରସନ୍ନ ଆଚାର୍ଯ୍ୟଙ୍କ ହ୍ଵାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍

ପ୍ରସନ୍ନ ଆଚାର୍ଯ୍ୟଙ୍କ ହ୍ଵାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍

ସମ୍ବଲପୁର: ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ହ୍ଵାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ । ପ୍ରସନ୍ନଙ୍କ ହ୍ବାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ କରି କେହି ଦୁର୍ବୃତ୍ତ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି ସକାଳୁ ଏକ ଫୋନ୍ କଲ୍ ଆସିବା ପରେ ଆକାଉଣ୍ଟ ହ୍ୟାକ୍ ହୋଇଛି। କେହି ଜଣେ ଦିଲ୍ଲୀରୁ ପାର୍ସଲ ଆସିଥିବା କହି ଠିକଣା ମାଗିବା ପରେ ଫୋନ୍ ହ୍ୟାକ୍ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ପ୍ରସନ୍ନ ଆକାଉଣ୍ଟରୁ ଟଙ୍କା ମାଗୁଥିବାର ମେସେଜର ସ୍କ୍ରିନ୍‌ସଟ୍ ସାମ୍ନାକୁ ଆସିବା ପରେ ଘଟଣା ଜଣାପଡ଼ିଛି। ତେଣୁ କେହି ଦୁର୍ବୃତ୍ତ ତାଙ୍କ ଆକାଉଣ୍ଟ ହ୍ୟାକ୍ କରିଥିବା ସନ୍ଦେହ ପ୍ରକାଶ ପାଇଛି । ସ୍କ୍ରିନ୍‌ସଟ୍‌ରେ ଉକ୍ତ ନମ୍ବରରୁ ପ୍ରଥମେ ‘Hello’ ଏବଂ ପରେ ‘Ek help chahiye tha’ (ସାହାଯ୍ୟ ଦରକାର) ବୋଲି ବାର୍ତ୍ତା ପଠାଯାଇଥିବା ଦେଖାଯାଉଛି । ତବେ ଏହି ହ୍ୱାଟ୍ସଆପ୍ ଆକାଉଣ୍ଟ କାହାର ନିୟନ୍ତ୍ରଣରେ ରହିଛି ଏବଂ ବାର୍ତ୍ତାଗୁଡ଼ିକ ପ୍ରକୃତରେ କିଏ ପଠାଉଛି ? ତାହାକୁ ନେଇ ପ୍ରଶ୍ନ ଉଠିଛି । ଏମିତିରେ ଏହାକୁ ନେଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ହୀରାଲାଲ ବେହେରା ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking