ଭୁବନେଶ୍ୱର : ବିଜେଡିର ଗୁମର ଖୋଲିଲେ ପ୍ରଫୁଲ୍ଲ । କହିଛନ୍ତି , ମୁଁ ଦଳୀୟ ଚକ୍ରାନ୍ତର ଶିକାର ହୋଇ ଆପଣମାନଙ୍କ ଭିତରୁ କୋରେଇରୁ ଛାଡି ସୁକିନ୍ଦାକୁ ନେଇଗଲେ । ତାଙ୍କର ଇଚ୍ଛା ବିରୋଧରେ କୋରେଇ ବାସୀଙ୍କ ଇଚ୍ଛା ବିରୋଧରେ ବି ପ୍ରୀତିରଞ୍ଜନଙ୍କୁ ଛାଡିବାକୁ ପଡିଲା କୋରେଇ । ଯିବାକୁ ପଡିଲା ସୁକିନ୍ଦାକୁ । ମୁଁ ଦେଖିଛି ସେ ଦିନର ଦୃଶ୍ୟ ନୋମିନେସନ ଫାଇଲ କରିବା ପାଇଁ ପ୍ରୀତିରଞ୍ଜନ ଯାଉଥାନ୍ତି ସୁକିନ୍ଦା ନିର୍ୱାଚନ ମଣ୍ଡଳୀ ପାଇଁ । ଲୁହ ଝରିଯାଉଥାଏ ଆଖିରୁ ତାଙ୍କର । କୋରେଇବାସୀଙ୍କ ଆଖିରୁ ଲୁହ ଝରିଯାଉଥାଏ ଡାନି ଭାଇ ଆମ କୋରେଇ ପାଇଁ ନୋମିନେସନ କର । ସୁକିନ୍ଦା ପାଇଁ କର ନାହିଁ । ସେ ଦୃଶ୍ୟ ମୁଁ ଦେଖିଛି । ମୋ ଆଖିରେ ଲୁହ ଆସିଯାଉଥାଏ । ଦଳର ଚକ୍ରାନ୍ତର ଶିକାର , ମୁଁ ସକ୍ରିୟ ରାଜନୀତିରୁ ସେଦିନରୁ ଦୂରେଇ ଯାଇଛି । ପ୍ରୀତିରଞ୍ଜନ ତା ଜନ୍ମମାଟି . ତା ପ୍ରିୟମାଟି ତାର ବନ୍ଧୁବାନ୍ଧ ପରିବାରକୁ ଛାଡି ସୁକିନ୍ଦାକୁ ଯାଇଛି । ଭଲ ପାଇବା , ସ୍ନେହ କରିବା , ପ୍ରେମ କରିବା , ସାହାଯ୍ୟ କରିବା , ଉପକାର କରିବା କାହାର କ୍ଷତି କରିବାନି । ପ୍ରତିଶୋଧ ନେବା ନାହିଁ । ଜୀବନର ବଡ ଶତ୍ରୁ ଗର୍ୱ , ଅହଂକାର । ଅହଂକାର ବହୁତ କ୍ଷତି କରିଦିଏ । ଅହଂକାରରେ ବ୍ୟକ୍ତି ନଷ୍ଟ ହୋଇଯାଇଥାଏ । ଅହଂକାରରେ ସରକାର ଭାଙ୍ଗିଯାଏ । ପ୍ରୀତିରଞ୍ଜନ ଯୁଆଡେ ଗଲେ ମହୋତ୍ସବ ଗୁଡାଏ ଆରମ୍ଭ କରିଦିଅନ୍ତି । ଖାଲି ହରିହାଟ ମେଳା ମହୋତ୍ସବ ନଥିଲା । ଆହୁରି ଗୁଡିଏ ମହୋତ୍ସବ ଆରମ୍ଭ କରିଥିଲେ । ପ୍ରୀତିରଞ୍ଜନ ଥିଲେ ଭାରି ଲୋକପ୍ରିୟ ନେତା ।