23.1 C
Bhubaneswar
Wednesday, February 19, 2025
Homeମନୋରଞ୍ଜନଆଉ ନାହାଁନ୍ତି ଲୋକପ୍ରିୟ ଗୀତିକାର ନାସିର ଫରାଜ

ଆଉ ନାହାଁନ୍ତି ଲୋକପ୍ରିୟ ଗୀତିକାର ନାସିର ଫରାଜ

ମୁମ୍ବାଇ: ଲୋକପ୍ରିୟ ଗୀତିକାର ନାସିର ଫରାଜଙ୍କ ପରଲୋକ ଘଟିଛି। ବଲିଉଡ଼ ପାଇଁ ଅନେକ ହିଟ୍‌ ଗୀତ ଲେଖିଥିବା ନାସିର ହୃଦ୍‌ରୋଗରେ ପୀଡ଼ିତ ଥିଲେ। ନାସିର ୨୦୧୦ରେ ମୁକ୍ତିଲାଭ କରିଥିବା ‘କାଇଟ୍ସ’ ଚଳଚ୍ଚିତ୍ରର ଦୁଇଟି ସୁପରହିଟ୍‌ ଗୀତ ‘ଦିଲ୍ କ୍ୟୁଁ ମେରା ଶୋର କରେ’ ଏବଂ ‘ଜିନ୍ଦଗୀ ଦୋ ପଲ୍‌ କି’ ରଚନା କରିଥିଲେ। ଏହା ବ୍ୟତୀତ ସେ ବାଜିରାଓ ମସ୍ତାନୀ, କ୍ରିସ୍‌, କାବିଲ ଓ ଏତ୍‌ବାର୍ ଆଦି ଅନେକ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଛନ୍ତି। ତାଙ୍କ ବନ୍ଧୁ ତଥା ଗାୟକ ମୁଜ୍‌ତବା ଅଜିଜ୍‌ ନାଜା ନାସିରଙ୍କ ବିୟୋଗ ଖବର ଦେଇଛନ୍ତି। ରବିବାର ସନ୍ଧ୍ୟାରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା, କିନ୍ତୁ ସେ ଡାକ୍ତରଖାନା ଯାଇ ନଥିଲେ। ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ମୁଜ୍‌ତବା ସୂଚନା ଦେଇଛନ୍ତି। ସେ ଏକାଧାରରେ ସଙ୍ଗୀତକାର ଓ ସଙ୍ଗୀତ ନିର୍ଦେଶକ ମଧ୍ୟ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking