29.1 C
Bhubaneswar
Thursday, April 24, 2025
Homeଓଡିଶାକଂଗ୍ରେସରୁ ସବୁ ବହିଷ୍କାର, ନିଲମ୍ବନ ଆଦେଶ ପ୍ରତ୍ୟାହାର

କଂଗ୍ରେସରୁ ସବୁ ବହିଷ୍କାର, ନିଲମ୍ବନ ଆଦେଶ ପ୍ରତ୍ୟାହାର

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସର୍ବକ୍ଷମା ଅନୁରୋଧ ପତ୍ର ଜାରି କରିଛି। ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୂର୍ବ ବହିଷ୍କାର ଏବଂ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରିଛନ୍ତି। ଏଥି ସହିତ ସେ ଦଳ ଛାଡ଼ିଥିବା ନେତାଙ୍କୁ ଦଳକୁ ଫେରିବାକୁ ଅନୁରୋଧ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ଶ୍ରୀ ଦାସ ଲେଖିଛନ୍ତି ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବନ କରାଯାଇଥିଲା, ତାହାକୁ ପ୍ରତ୍ୟାହାର କରିଦିଆଯାଇଛି। ବିଭିନ୍ନ ସମୟରେ କୌଣସି କାରଣରୁ ଯେଉଁମାନେ ଦଳ ଛାଡ଼ି ଚାଲି ଯାଇଛନ୍ତି, ସେମାନେ ପୁନର୍ବାର କଂଗ୍ରେସ ଦଳକୁ ଫେରି ଆସିବାକୁ ଆମେ ନିବେଦନ କରୁଛୁ। ଯଦି ସେମାନେ କଂଗ୍ରେସ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ, ସେମାନଙ୍କୁ କଂଗ୍ରେସ ଦଳ ତରଫରୁ ସମ୍ମାନର ସହ ସ୍ୱାଗତ କରାଯିବ। ଓଡ଼ିଶା ରାଜନୀତିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭାବେ ଗତ ୧୧ ତାରିଖ ଦିନ ନିଯୁକ୍ତ ହୋଇଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସଭାପତିଙ୍କ ଅନୁମୋଦନ ପରେ ସାଧାରଣ ସଂପାଦକ କେସି ବେଣୁଗୋପାଳ ଗତ ମଙ୍ଗଳବାର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ପିସିସି ସଭାପତି ଭାବେ ନିଯୁକ୍ତି ହେଲା ପରେ ଭକ୍ତ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ ଯେ, ଯୁବ ଓ ବରିଷ୍ଠଙ୍କୁ ନେଇ କାମ କରିବି। କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେଘରେ ପହଞ୍ଚାଇବୁ। ସମସ୍ତେ ମୋତେ ସହଯୋଗ କରିବେ ବୋଲି ଆଶା କରୁଛି। ଗାନ୍ଧି ପରିବାର ମୋତେ ପୂର୍ବରୁ ଅନେକ ଦାୟିତ୍ୱ ଦେଇଛନ୍ତି। ସବୁ ଦାୟିତ୍ୱ ସାମର୍ଥ୍ୟ ମତେ ପୂରଣ କରି ଆସ୍ଥାଭାଜନ ହୋଇଛି। ଲୋକଙ୍କ ପାଖକୁ ଯାଇ ଶହେ ଟଙ୍କା ଲେଖାଏଁ ମାଗି ସମ୍ବଳ ବଢ଼ାଇବି। ଲୋକଙ୍କ ଆସ୍ଥାଭାଜନ ହେବା ମୋର ଲକ୍ଷ୍ୟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking